Below header

କଟକ ସହର ସଂପୂର୍ଣ୍ଣ ବନ୍ଦ, ହେଲ୍ପଲାଇନ ନମ୍ବର ଜାରିକଲା ସିଏମସି

କଟକ (କେନ୍ୟୁଜ) : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଁଚିବା ପରେ ରାଜ୍ୟ ସରକାର ଭୁବନେଶ୍ୱର, କଟକ, ଯାଜପୁର ଏବଂ ଭଦ୍ରକକୁ ସଟଡାଉନ ଘୋଷଣା କରିଛନ୍ତି। ସଟଡାଉନ୍ ଯୋଗୁଁ କଟକ ସହର ସଂପୂର୍ଣ୍ଣ ବନ୍ଦ ରହିଛି। ଘରୁ ନ ବାହାରିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ଆବଶ୍ୟକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛି କଟକ ମହାନଗର ନିଗମ(CMC)। କୌଣସି ପ୍ରକାର ଅସୁବିଧା ହେଲେ ଜଣାଇବା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସହରବାସୀ ୭୦୭୭୭୭୫୫୫୫କୁ ଯୋଗାଯୋଗ କରିବା ପାଇଁ ସିଏମ୍ସି ତରଫରୁ ନିବେଦନ କରାଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ହେଲ୍ପଲାଇନ ନମ୍ବର କେବଳ କଟକ ସହରବାସୀଙ୍କ ପାଇଁ ଜାରି କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.