15 ଏପ୍ରିଲରୁ ସେବା ଆରମ୍ଭ କରିବ ଭାରତୀୟ ରେଲୱେ, ସମସ୍ତ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ କହିଲା

ଭାରତୀୟ ରେଲୱେ 15 ଏପ୍ରିଲରୁ ନିଜ ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବା ଲକ ଡାଉନ ଯୋଗୁ ବର୍ତ୍ତମାନ ବନ୍ଦ ଅଛି । ସୂଚନା ମୁତାବକ, ରେଲୱେ ସମସ୍ତ ସୁରକ୍ଷା କର୍ମୀ, ଷ୍ଟାଫ, ଗାର୍ଡ, ଟିଟିଇ ଏବଂ ଅନ୍ୟ ଅଧିକାରୀମାନଙ୍କୁ 15 ଏପ୍ରିଲରୁ ନିଜ ନିଜ କାର୍ଯ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ରହିବାକୁ କହିଛି । ସରକାରଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ଟ୍ରେନ ସଞ୍ଚାଳନ ଆରମ୍ଭ ହେବ।

yu

ସରକାର ଏହି ପ୍ରସଙ୍ଗ ଉପରେ ମନ୍ତ୍ରୀମାନଙ୍କର ଏକ କମିଟି ଗଠନ କରିଛନ୍ତି। ଏହାରି ଭିତରେ ରେଲୱେ ଟ୍ରେନ ସଞ୍ଚାଳନର ସମୟ, ଟ୍ରେନର ରାଉଣ୍ଡ, ବଗିଗୁଡିକର ଉପଲବ୍ଧତା ସହିତ ନିଜର ସମସ୍ତ ରେଳ ଜୋନର ସେବାଗୁଡିକୁ restore services କରିବାକୁ ଯୋଜନା କରିଛି।

ସୂଚନା ମୁତାବକ, ସମସ୍ତ 17 ଜୋନକୁ ନିଜ ନିଜ ସେବାକୁ ସଂଚାଳିତ କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। 15 ଏପ୍ରିଲରୁ ପାଖାପାଖି 80 ପ୍ରତିଶତ ଟ୍ରେନ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଚାଲିବାର ସମ୍ଭାବନା ଅଛି, ଯେଉଁଥିରେ ରାଜଧାନୀ, ଶତାବ୍ଦୀ, ଦୁରନ୍ତ ଟ୍ରେନ ସାମିଲ ଅଛି। ସ୍ଥାନୀୟ ଟ୍ରେନଗୁଡିକର ସେବା ମଧ୍ୟ ଚାଲୁ ହୋଇପାରେ।

ty

ଆହୁରି କୁହାଯାଇଛି, ରେଲୱେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବ। ସରକାରଙ୍କ ପରାମର୍ଶ ଅନୁସାରେ ସମସ୍ତ ପ୍ରୋକଟକଲ ପାଳନ କରିବାର ସମ୍ଭାବନା ଅଛି। ଏହି ସପ୍ତାହ ଶେଷରେ ଜୋନଗୁଡିକୁ ଠୋସ କାର୍ଯ୍ୟ ଯୋଜନା ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.