Below header

ବ୍ରିଟିଶ ରାଜକୁମାର ପ୍ରିନ୍ସ ଚାର୍ଲସଙ୍କ କୋଭିଡ -19ରୁ ସୁସ୍ଥତାର ରହସ୍ୟ କଣ ? ଭାରତୀୟ ଔଷଧ ନା ବ୍ରିଟିଶ ଚିକିତ୍ସା ପଦ୍ଧତି

କେନ୍ଦ୍ର ସରକାରଙ୍କ ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଗୋଆ ଠାରେ ବ୍ରିଟିଶ ରାଜକୁମାର ପ୍ରିନ୍ସ ଚାର୍ଲସଙ୍କ କରୋନା ଭାଇରସରୁ ସୁସ୍ଥତା ନେଇ ଏକ ମନ୍ତବ୍ୟ ଦେଇଥିଲେ । ତାଙ୍କ ଅନୁଯାୟୀ ବିଭିନ୍ନ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସା ଦ୍ୱାରା ପ୍ରିନ୍ସ ଚାର୍ଲସ ମାରାତ୍ମକ କରୋନା ଦାଉରୁ ସୁସ୍ଥତା ଲାଭ କରିଛନ୍ତି । ପାରମ୍ପରିକ ଭାରତୀୟ ଔଷଧର ବ୍ୟବହାର ହିଁ ପ୍ରିନ୍ସଙ୍କୁ ସୁସ୍ଥ କରିଥିବା ନେଇ ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାଏକ ଦାବି କରିଥିଲେ । କିନ୍ତୁ ଅନ୍ୟପକ୍ଷରେ, ରାଜକୁମାର ପ୍ରିନ୍ସଙ୍କ ମୁଖପାତ୍ର କିନ୍ତୁ ଶ୍ରୀଯୁକ୍ତ ନାଏକଙ୍କ ଏହି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ।

 

 

 

 

 

 

ରାଜକୁମାରଙ୍କ ମୁଖପାତ୍ର ଇଲା ଲିଞ୍ଚ ଏକ ଜାତୀୟ ସମ୍ବାଦ ପତ୍ରକୁ ସାକ୍ଷାତକାର ଦେଇ କହିଛନ୍ତିକି, ଭାରତୀୟ ଆୟୁଷ ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟ ସମ୍ପୁର୍ଣ୍ଣ ରୂପେ ଭୁଲ । ପ୍ରକୃତରେ ପ୍ରିନ୍ସ ଚାର୍ଲସ ୟୁକେର ପ୍ରଚଳିତ ‘ଜାତୀୟ ସ୍ୱାସ୍ଥ୍ୟ ସେବା’କୁ ଆପଣେଇଥିଲେ । କେବଳ ମାତ୍ର ସେହି ଚିକିତ୍ସା ପଦ୍ଦତିରେ ହିଁ ସେ ଆରୋଗ୍ୟ ଲାଭ କରିପାରିଛନ୍ତି । ଶ୍ରୀଯୁକ୍ତ ନାଏକ ଗୁରୁବାର ଗୋଆ ଠାରେ ରାଜକୁମାର ଚାର୍ଲସଙ୍କ ସୁସ୍ଥତା ସମ୍ପର୍କରେ ଦେଇଥିବା ଭାଷଣକୁ ଖଣ୍ଡନ କରି ଇଲା ଲିଞ୍ଚ ଏପରି କହିଥିବା ଜଣାଯାଇଛି । କହି ରଖିବା ଉଚିତ ହେବକି, କିଛି ଦିନ ତଳେ ହିଁ ବ୍ରିଟିଶ ରାଜକୁମାର ପ୍ରିନ୍ସ ଚାର୍ଲସ କରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା ।

କିନ୍ତୁ ବର୍ତ୍ତମାନ ସ୍ଥିତିରେ ପ୍ରିନ୍ସ ଚାର୍ଲସ ସୁସ୍ଥ ହୋଇଥିବା ଜଣାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ବା କୋଭିଡ -19କୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିବା ପରେ ପୃଥିବୀର ଅଧିକାଂଶ ଦେଶ ନିଜ ନିଜ ପର୍ଯ୍ୟଟନ କ୍ଷେତ୍ର, ବିଦ୍ୟାଳୟ,ହୋଟେଲ , ରେସ୍ତୃରାନ୍ଟ ଭଳି ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛନ୍ତି । ଅନ୍ୟ ପକ୍ଷରେ ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ ଅନୁଯାୟୀ, ବେଙ୍ଗାଲୁରୁ ସ୍ଥିତ ଜଣେ ଡ଼ାକ୍ତର ଇସାକ ମଥାଇ କରୋନା ଆରୋଗ୍ୟ କ୍ଷେତ୍ରରେ ତାଙ୍କ ପ୍ରସ୍ତୁତ ଆୟୁର୍ବେଦ ଓ ହୋମିଓପାଥି ଔଷଧ ସଫଳତା ହାସଲ କରିଛି । ନାଏକଙ୍କ ଅନୁଯାୟୀ ଭାରତ ପ୍ରଥମ ଦେଶ ଭାବେ କରୋନା ସଂକ୍ରମଣକୁ ଖୁବ କମ ସମୟ ମଧ୍ୟରେ ଅକ୍ତିଆର ଆଣିଥିବା ଦାବି କରିଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.