ସ୍ଥିତି ବଡ ଉଦବେଗ ରହିଛି, ଏଭଳି ସମୟରେ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ସରକାରଙ୍କୁ ସହଯୋଗ କରିବେ:ବାଗଚୀ

କେନ୍ୟୁଜ (ବ୍ୟୁରୋ):   ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆହୁରି ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ଭାବେ ୪୮ ଘଣ୍ଟାପାଇଁ ସଟଡାଉନ କରାଯାଇଥିବା ବେଳେ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ଏଭଳି ସମୟରେ ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ବାଗଚୀ କହିଛନ୍ତି :-

୧-ରାଜ୍ୟର ସମସ୍ତ ପ୍ରାଇଭେଟ ହସ୍ପିଟାଲକୁ ସେମାନଙ୍କ ନିକଟରେ ଥିବା ଶ୍ଵାସ, ଇନଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କ କଡା ନିର୍ଦେଶ
୨-ସୋସିଆଲ ମେସେଜରେ ମିଥ୍ୟା ଓ ଭୟ ସୃଷ୍ଟିକାରୀ ଭିଡିଓ ଏବଂ ଖବର ପ୍ରକାଶ କଲେ କଠିନ ଦଣ୍ଡ
୩-ନିଜାମୁଦ୍ଦିନ ଲିଙ୍କରେ ଏଯାଏ ୨୮ ଜଣଙ୍କ ଟେଷ୍ଟ କରାଯାଇଛି, ସେଥିରୁ ୩ଟି ପଜିଟିଭ ମିଳିଛି। ଅନ୍ୟ ୨୫ଟି ନେଗେଟିଭ । ସଂପୃକ୍ତ ୩ ପଜିଟିଭ ବ୍ୟକ୍ତି କଟକ, ପୁରୀ ଓ ଯାଜପୁରର । ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିମାନେ ୧୦୪କୁ କଲ କରି ରେଜିଷ୍ଟ୍ରସନ କରନ୍ତୁ  ବୋଲି  ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ

୪-ପୋଲିସ ଓ ଡାକ୍ତରଙ୍କ ଉପରେ ଚାପ ପକାନ୍ତୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.