ଦେଶ ବିଦେଶ

ରେଳ ଷ୍ଟେସନରେ ଓ୍ଵାଇ ଫାଇ ସେବା ପାଇବାକୁ ହେଲେ ଏବେ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ : ଏବେ ରେଳ ଷ୍ଟେସନରେ ଓ୍ଵାଇ ଫାଇ ସେବା ପାଇବାକୁ ହେଲେ ଦେବାକୁ ପଡ଼ିବ ଅର୍ଥ । ଏହି ସୁବିଧା ପାଇବାକୁ ହେଲେ ଅତି କମ୍‌ରେ ୧୦ ଟଙ୍କା ଦେବାକୁ ପଡ଼ିବ । ରେଳବାଇ ୪୦୦୦ ରୁ ଅଧିକ ଷ୍ଟେସନରେ ପେଡ୍‌ ଓ୍ଵାଇ ଫାଇ ସେବା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ପୂର୍ବରୁ ଚାଲିଆସୁଥିବା ଅଧା ଘଣ୍ଟା ପାଇଁ ମାଗଣା ଓ୍ଵାଇ ଫାଇ ସେବା ବ୍ୟବସ୍ଥା ଜାରି ରହିବ ।

ଅଧ ଘଣ୍ଟା ପରେ ଯଦି ଆପଣ ୫ ଜିବି ଡାଟା ବ୍ୟବହାର କରିବାକୁ ଯାଉଛନ୍ତି ତେବେ ଏଥିପାଇଁ ୧୦ ଟଙ୍କା ଦେବାକୁ ପଡ଼ିବ । ଷ୍ଟେସନରେ ଅଧାଘଣ୍ଟା ପାଇଁ ୧ ଏମ୍‌ବିପିଏସ୍‌ ସ୍ପିଡ୍‌ ର ମାଗଣା ଓ୍ଵାଇ ଫାଇ ସେବା ମିଳିବ । କିନ୍ତୁ ଅଧ ଘଣ୍ଟା ପରେ ଯଦି ଯାତ୍ରୀ ଇଣ୍ଟରନେଟ ର ସୁବିଧା ନେବାକୁ ଚାହାଁନ୍ତି ତେବେ ତାଙ୍କୁ ଏଥିପାଇଁ ଅର୍ଥ ଦେବାକୁ ପଡ଼ିବ । ଏଥିପାଇଁ ରେଲ୍‌ଟେଲ୍‌ ପେଡ୍‌ ପ୍ଲାନ ଲଞ୍ଚ୍‌ କରିଛି ।

ଯଦି ଆପଣ ୧୦ ଜିବି ଡାଟା ପାଞ୍ଚ ଦିନରେ ଖର୍ଚ୍ଚ କରିବାକୁ ଚାହାଁନ୍ତି ତ ଆପଣଙ୍କୁ ୨୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ୨୦ ଜିବି ଡାଟା ୫ ଦିନ ପାଇଁ ବ୍ୟବହାର କରିବାକୁ ହେଲେ ୩୦ ଟଙ୍କା ଓ ୧୦ ଦିନରେ ବ୍ୟବହାର କରିବାକୁ ହେଲେ ୪୦ ଟଙ୍କା ଏଠାରେ ପୋଷ୍ଟ ପେଡ୍‌ ପ୍ଲାନ୍‌ ୧ ମାସ ପାଇଁ ବି ନେଇପାରିବେ ।

ଏହି ମାସିକିଆ ପ୍ଲାନରେ ଆପଣଙ୍କୁ ୬୦ ଜିବି ଡାଟା ପାଇଁ ୭୦ ଟଙ୍କା ଦେବାକୁ ପଡିବ । ପ୍ରକାଶଯୋଗ୍ୟ ଯେ ରେଳବାଇ ୭,୯୫୦ ରୁ ଅଧିକ ଷ୍ଟେସନରେ ଅଧା ଘଣ୍ଟା ପାଇଁ ମାଗଣା ଓ୍ଵାଇ ଫାଇ ସେବା ବ୍ୟବସ୍ଥା କରିଛନ୍ତି ।

Niharanjan

Recent Posts

ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି, ଗତ ବର୍ଷ ୨ଜଣଙ୍କର ହୋଇଥିଲା ମୃତ୍ୟୁ

ମାଲକାନଗିରି (କେନ୍ୟୁଜ): ପୁଣି ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟ ପାଚେରୀ । କାଳବୈଶାଖୀ ବର୍ଷାରେ ନବ ନିର୍ମିତ ଏୟାରପୋର୍ଟର ସାମ୍ନାପଟ ପାଚେରୀ…

19 mins ago

ଟି୨୦ ବିଶ୍ୱକପ ୨୦୨୪ : ଅଭ୍ୟାସ କରୁଥିବା ବେଳେ ପୁଣି ରୋହିତ ଆହତ, ଚିନ୍ତାରେ ଫ୍ୟାନ୍ସ

ଟି୨୦ ବିଶ୍ବକପରେ ଆସନ୍ତାକାଲି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ । ନ୍ୟୁୟର୍କ ନାସାଓ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ହେବ…

27 mins ago

ଏୟାରଟେଲର ଦମଦାର ପ୍ଲାନ୍‌, ଫ୍ରିରେ ଦେଖିପାରିବେ ଭାରତ ଓ ପାକିସ୍ତାନର ଟି-20 ମ୍ୟାଚ୍‌

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -20 ଓ୍ଵାର୍ଲ୍ଡକପର ଏକ ବଡ଼ ମ୍ୟାଚ୍ ଖେଳାଯିବ। ଆପଣଙ୍କ ସ୍ମାର୍ଟ ଟିଭି, ମୋବାଇଲ୍,…

30 mins ago

ଏନସିସି କ୍ୟାଡେଟସ୍ ଙ୍କୁ ଦିଆଯାଉଛି ପ୍ରଶିକ୍ଷଣ, ତାସାଙ୍ଗକୁ ଚାଲିଛି ପାଠପଢା

ଯାଜପୁର(କେନ୍ୟୁଜ): ଏନସିସି କ୍ୟାଡେଟସ୍ ଙ୍କୁ ଦିଆଯାଉଛି ତାଲିମ୍ । ବ୍ୟାୟାମ, ଯୋଗ, ଡ୍ରିଲ, ଫାୟାରିଂ, ଗାର୍ଡ ଅଫ ଅନର ଉପରେ…

33 mins ago

ଦିଲ୍ଲୀ : ମୁଗଡାଲି ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ ମୃତ, ୬ ଗୁରୁତର

ଦିଲ୍ଲୀର ନରେଲାରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୬…

49 mins ago

ଗୋପପୁର ଗାଁରେ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଏ ରଜ ପର୍ବ, ପିଲାଠୁ ବୁଢା ସଭିଏଁ କରନ୍ତି ମଉଜ

ସାଲେପୁର(କେନ୍ୟୁଜ): ରଜ ଓଡ଼ିଶାର ଏକ ମହାନ ଗଣପର୍ବ। ସାଧାରଣତଃ  ୫ ଦିନ ଧରି ପାଳିତ ହୋଇଥାଏ ଏହି ପର୍ବ ।…

51 mins ago