ରେଳ ଷ୍ଟେସନରେ ଓ୍ଵାଇ ଫାଇ ସେବା ପାଇବାକୁ ହେଲେ ଏବେ ଦେବାକୁ ପଡ଼ିବ ଟଙ୍କା
ନୂଆଦିଲ୍ଲୀ : ଏବେ ରେଳ ଷ୍ଟେସନରେ ଓ୍ଵାଇ ଫାଇ ସେବା ପାଇବାକୁ ହେଲେ ଦେବାକୁ ପଡ଼ିବ ଅର୍ଥ । ଏହି ସୁବିଧା ପାଇବାକୁ ହେଲେ ଅତି କମ୍ରେ ୧୦ ଟଙ୍କା ଦେବାକୁ ପଡ଼ିବ । ରେଳବାଇ ୪୦୦୦ ରୁ ଅଧିକ ଷ୍ଟେସନରେ ପେଡ୍ ଓ୍ଵାଇ ଫାଇ ସେବା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ପୂର୍ବରୁ ଚାଲିଆସୁଥିବା ଅଧା ଘଣ୍ଟା ପାଇଁ ମାଗଣା ଓ୍ଵାଇ ଫାଇ ସେବା ବ୍ୟବସ୍ଥା ଜାରି ରହିବ ।
ଅଧ ଘଣ୍ଟା ପରେ ଯଦି ଆପଣ ୫ ଜିବି ଡାଟା ବ୍ୟବହାର କରିବାକୁ ଯାଉଛନ୍ତି ତେବେ ଏଥିପାଇଁ ୧୦ ଟଙ୍କା ଦେବାକୁ ପଡ଼ିବ । ଷ୍ଟେସନରେ ଅଧାଘଣ୍ଟା ପାଇଁ ୧ ଏମ୍ବିପିଏସ୍ ସ୍ପିଡ୍ ର ମାଗଣା ଓ୍ଵାଇ ଫାଇ ସେବା ମିଳିବ । କିନ୍ତୁ ଅଧ ଘଣ୍ଟା ପରେ ଯଦି ଯାତ୍ରୀ ଇଣ୍ଟରନେଟ ର ସୁବିଧା ନେବାକୁ ଚାହାଁନ୍ତି ତେବେ ତାଙ୍କୁ ଏଥିପାଇଁ ଅର୍ଥ ଦେବାକୁ ପଡ଼ିବ । ଏଥିପାଇଁ ରେଲ୍ଟେଲ୍ ପେଡ୍ ପ୍ଲାନ ଲଞ୍ଚ୍ କରିଛି ।
ଯଦି ଆପଣ ୧୦ ଜିବି ଡାଟା ପାଞ୍ଚ ଦିନରେ ଖର୍ଚ୍ଚ କରିବାକୁ ଚାହାଁନ୍ତି ତ ଆପଣଙ୍କୁ ୨୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ୨୦ ଜିବି ଡାଟା ୫ ଦିନ ପାଇଁ ବ୍ୟବହାର କରିବାକୁ ହେଲେ ୩୦ ଟଙ୍କା ଓ ୧୦ ଦିନରେ ବ୍ୟବହାର କରିବାକୁ ହେଲେ ୪୦ ଟଙ୍କା ଏଠାରେ ପୋଷ୍ଟ ପେଡ୍ ପ୍ଲାନ୍ ୧ ମାସ ପାଇଁ ବି ନେଇପାରିବେ ।
ଏହି ମାସିକିଆ ପ୍ଲାନରେ ଆପଣଙ୍କୁ ୬୦ ଜିବି ଡାଟା ପାଇଁ ୭୦ ଟଙ୍କା ଦେବାକୁ ପଡିବ । ପ୍ରକାଶଯୋଗ୍ୟ ଯେ ରେଳବାଇ ୭,୯୫୦ ରୁ ଅଧିକ ଷ୍ଟେସନରେ ଅଧା ଘଣ୍ଟା ପାଇଁ ମାଗଣା ଓ୍ଵାଇ ଫାଇ ସେବା ବ୍ୟବସ୍ଥା କରିଛନ୍ତି ।