ହାତୀ ପିନ୍ଧିଲା ସାର୍ଟ ସହିତ ମ୍ଯାଚିଂ ପ୍ଯାଣ୍ଟ ଆଉ ବେଲ୍ଟ, ହାତୀର ସ୍ବାଗ୍ ଦେଖି ଆପଣ ମଧ୍ୟ ଆଖିକୁ ବିଶ୍ବାସ କରିପାରିବେ ନାହିଁ

ପ୍ରତିଦିନ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ କିଛି ନା କିଛି ମଜାଦାର ପୋଷ୍ଟ ସେୟାର କରିଥାନ୍ତି। ନିକଟରେ ସେ ତାଙ୍କ ଟ୍ବିଟର୍ ଆକାଉଣ୍ଟରେ ଏକ ହାତୀର ଫଟୋ ପୋଷ୍ଟ୍ କରିଛନ୍ତି। ଯାହାକୁ ଦେଖିଲେ ଆପଣ ମଧ୍ୟ ହସି ହସି ଗଢିଯିବେ। ସେ ହାତୀର ଯେଉଁ ଫଟୋଟି ଟ୍ବିଟରରେ ସେୟାର୍ କରିଛନ୍ତି ସେଥିରେ ହାତୀଟି ପ୍ୟାଣ୍ଟ୍, ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ସେହି ପୋଷ୍ଟରେ ‘ଅବିଶ୍ବସନୀୟ ଭାରତ’ ବୋଲି ଲେଖିଛନ୍ତି।

ଫଟୋଟିରେ ହାତୀଟି ଧଳା ରଙ୍ଗର ପ୍ୟାଣ୍ଟ୍ ଉପରେ କଳା ରଙ୍ଗର ବେଲ୍ଟ ବାନ୍ଧିଛି। ସେଥିରେ ପୁଣି ବାଇଗଣୀ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଆନନ୍ଦ ମହିନ୍ଦ୍ରାଙ୍କର ଏହି ପୋଷ୍ଟଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପୋଷ୍ଟଟିକୁ କିଛି ସମୟ ମଧ୍ୟରେ ୩ହଜାରରୁ ଉର୍ଦ୍ଧ୍ବ ଲାଇକ୍ ମିଳିଥିବା ବେଳେ କମେଣ୍ଟ୍ ସେକ୍ସନରେ ମଜାଦାର କମେଣ୍ଟ୍ ସବୁ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.