ବିସ୍କୁଟ୍ ଖାଇବା ଲୋକ ସାବଧାନ୍, ବ୍ରିଟାନିଆ ପ୍ୟାକେଟରୁ ବାହାରିଲା ପୋକ

ଆପଣ ବି ଯଦି ବିସ୍କୁଟ୍ ଖାଇବା ପସନ୍ଦ କରନ୍ତି ତେବେ ହୋଇଯାଆନ୍ତୁ ସାବଧାନ୍ । କାରଣ ବଜାରରେ ମିଳୁଛି ପୋକ ଥିବା ବିସ୍କୁଟ୍ । ଏଭଳି ଏକ ମାମଲା ପଂଜାବର ଜଳନ୍ଧରରୁ ସାମ୍ନାକୁ ଆସିଛି । ଜଣାଶୁଣା ତଥା ସମସ୍ତଙ୍କ ପ୍ରିୟ ବ୍ରିଟାନିଆ ବିସ୍କୁଟରୁ ବାହାରିଛି ପୋକ ।

ସୂଚନା ମୂତାବକ, ଜଳନ୍ଧରର ରାଜୀବ ଅହେରୀ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଏକ ଦୋକାନରୁ ବ୍ରିଟାନିଆର ୫୦ ୫୦ ବିସ୍କୁଟ କିଣିଥିଲେ । ତେବେ ଯେମିତି ରାଜୀବଙ୍କ ଝିଅ ଏହି ପ୍ୟାକେଟକୁ ଖୋଲିଛନ୍ତି ସେଥିରେ ପୋକ ଥିବା ଦେଖିବାକୁ ପାଇଲେ । ରାଜୀବଙ୍କ କହିବା ଅନୁଯାୟୀ ସେ ସବୁବେଳେ ବ୍ରିଟାନିଆ ବିସ୍କୁଟ କିଣନ୍ତି । ହେଲେ ଏଭଳି କେବେ ହୋଇନଥିଲା ।

ତେବେ ରାଜୀବ ସୋସିଆଲ୍ ମିଡିଆରେ ପୋକ ବାହାରିଥିବା ବିସ୍କୁଟର କିଛି ଫଟୋ ସେୟାର୍ କରିଛନ୍ତି । ଯେଉଁଥିଲେ ପୋକ ସ୍ପଷ୍ଟ ଭାବରେ ନଜର ଆସୁଛି । ବିସ୍କୁଟରୁ ପୋକ ବାହାରିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ପାର୍ଲେ ଜି ବିସ୍କୁଟରୁ ମଧ୍ୟ ପୋକ ବହାରିଥିବା ନେଇ ଅଭିଯୋଗ ହୋଇଥିଲା ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

50 mins ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

3 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

3 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

5 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

6 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

6 hours ago