Below header

ବିସ୍କୁଟ୍ ଖାଇବା ଲୋକ ସାବଧାନ୍, ବ୍ରିଟାନିଆ ପ୍ୟାକେଟରୁ ବାହାରିଲା ପୋକ

ଆପଣ ବି ଯଦି ବିସ୍କୁଟ୍ ଖାଇବା ପସନ୍ଦ କରନ୍ତି ତେବେ ହୋଇଯାଆନ୍ତୁ ସାବଧାନ୍ । କାରଣ ବଜାରରେ ମିଳୁଛି ପୋକ ଥିବା ବିସ୍କୁଟ୍ । ଏଭଳି ଏକ ମାମଲା ପଂଜାବର ଜଳନ୍ଧରରୁ ସାମ୍ନାକୁ ଆସିଛି । ଜଣାଶୁଣା ତଥା ସମସ୍ତଙ୍କ ପ୍ରିୟ ବ୍ରିଟାନିଆ ବିସ୍କୁଟରୁ ବାହାରିଛି ପୋକ ।

britaniaaସୂଚନା ମୂତାବକ, ଜଳନ୍ଧରର ରାଜୀବ ଅହେରୀ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଏକ ଦୋକାନରୁ ବ୍ରିଟାନିଆର ୫୦ ୫୦ ବିସ୍କୁଟ କିଣିଥିଲେ । ତେବେ ଯେମିତି ରାଜୀବଙ୍କ ଝିଅ ଏହି ପ୍ୟାକେଟକୁ ଖୋଲିଛନ୍ତି ସେଥିରେ ପୋକ ଥିବା ଦେଖିବାକୁ ପାଇଲେ । ରାଜୀବଙ୍କ କହିବା ଅନୁଯାୟୀ ସେ ସବୁବେଳେ ବ୍ରିଟାନିଆ ବିସ୍କୁଟ କିଣନ୍ତି । ହେଲେ ଏଭଳି କେବେ ହୋଇନଥିଲା ।

ତେବେ ରାଜୀବ ସୋସିଆଲ୍ ମିଡିଆରେ ପୋକ ବାହାରିଥିବା ବିସ୍କୁଟର କିଛି ଫଟୋ ସେୟାର୍ କରିଛନ୍ତି । ଯେଉଁଥିଲେ ପୋକ ସ୍ପଷ୍ଟ ଭାବରେ ନଜର ଆସୁଛି । ବିସ୍କୁଟରୁ ପୋକ ବାହାରିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ପାର୍ଲେ ଜି ବିସ୍କୁଟରୁ ମଧ୍ୟ ପୋକ ବହାରିଥିବା ନେଇ ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.