Below header

ଜୟପୁର ନାବାଳିକା ଅପହରଣ ଘଟଣା, ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ

ଜୟପୁର (କେନ୍ୟୁଜ୍) : ନାବାଳିକା ଅପହରଣ ଘଟଣାରେ ପୋଲିସର କାର‌୍ୟ୍ୟାନୁଷ୍ଠାନ ଦାବିରେ ୧୨ ଘଣ୍ଟିଆ ଜୟପୁର ଜିଲ୍ଲା ବୋରିଗୁମ୍ମା ବନ୍ଦ । ବ୍ୟବସାୟୀ ସଂଘ, ବିଶ୍ୱହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ସକାଳା ୬ରୁ ସଂନ୍ଧା ଛଅଟା ପର‌୍ୟ୍ୟନ୍ତ ବନ୍ଦ ଡକରା ଦିଆଯାଇଛି । ଦୋକାନ ବଜାର ବନ୍ଦ ଅଛି । ତେବେ ଅଫିସ, ସ୍କୁଲ କଲେଜ ଓ ଗାଡି ଚଳାଚଳ ସ୍ୱଭାବିକ ଅଛି । ବୋରିଗୁମ୍ମାର ପଞ୍ଚାନନ ମିଶ୍ରଙ୍କ ନାବାଳିକା ଝିଅ ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲେ ।ତେବେ ଗଣେଷ ପୂଜା ପାଇଁ ଯାଇ ଘରକୁ ଫେରିନଥିଲେ ।

ଏ ନେଇ ବୋରିଗୁମ୍ମା ଥାନାରେ ନାବାଳିକା ଅଭିଯୋଗ କରିଥିଲେ । ତେବେ ଘଟଣାର ୫ ଦିନ ପରେ ବି ପୋଲିସର ହାତ ଖାଲି ରହିଛି । ପ୍ରତିବାଦରେ କାଲିଠୁ ପରିବାର ଲୋକ ଧାରଣାର ବସିଛନ୍ତି । ସେପଟେ ପରିସ୍ଥିତିକୁ ନଜରରେ ରଖି ସହରରେ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.