ଦେଶ ବିଦେଶ

୨ ବର୍ଷ ପରେ ଆଜିଠୁ ଆରମ୍ଭ ହେଲା ଅନ୍ତର୍ଜାତୀୟ ବିମାନ ଚଳାଚଳ, ଉତ୍ସାହରେ ଏୟାରଲାଇନ୍ସ କମ୍ପାନୀ

ଦୀର୍ଘ ୨ ବର୍ଷ ଧରି ବନ୍ଦ ରହିବା ପରେ ଆଜି ରବିବାର ଠାରୁ ପୁଣିଥରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବିମାନ ଚଳାଚଳ। ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ଫଳରେ ବିଦେଶ ଯାତ୍ରା କରିବା ଲୋକଙ୍କ ପାଇଁ ଆହୁରି ସହଜ ହୋଇଯିବ। ଫଳରେ ବିକାଶର ରାସ୍ତା ଖୋଲିବ। କରୋନା ସଂକ୍ରମଣ ରୋକିବାକୁ ୨୩ ମାର୍ଚ୍ଚ ୨୦୨୦ରୁ ହିଁ ନିୟମିତ ଉଡ଼ାଣ ବନ୍ଦ ଥିଲା। କିନ୍ତୁ ଏବେ ଭାରତରେ ସଂକ୍ରମଣ କମିଥିବାରୁ ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଯାତ୍ରୀଙ୍କୁ ଏବେ ବି କେତେକ ନିୟମ ପାଳନ କରିବାକୁ ହେବ।

ନିକଟରେ ନାଗରିକ ଉଡ଼ାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଘୋଷଣା କରିଥିଲେ ଯେ ଏୟାର ବବଲ ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରାଯାଇଛି। ସେ ସମର ସିଡ୍ୟୁଲ ୨୦୨୨ ଆରମ୍ଭରୁ କମର୍ସିଆଲ ଇଣ୍ଟରନ୍ୟାସନାଲ ପାସେଞ୍ଜର ସର୍ଭିସକୁ ପୁଣିଥରେ ଆରମ୍ଭ କରିବାକୁ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପକ୍ଷରୁ ଫ୍ଲାଇଟ୍ସକୁ ନେଇ କୋଭିଡ୍‌-୧୯ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନୂଆ ସଂଶୋଧିତ ଗାଇଡ୍‌ଲାଇନ୍‌ ମୁତାବକ, ଅନ୍ତର୍ଜାତୀୟ ଉଡ଼ାଣରେ ୩ ସିଟ୍‌କୁ ଖାଲି ରଖିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ଫ୍ଲାଇଟ୍‌ର କ୍ରୁ ମେମ୍ବର୍ସ ପାଇଁ ପିପିଇ କିଟ୍‌ ପିନ୍ଧିବା ଆବଶ୍ୟକତାକୁ ବି ହଟାଇ ଦିଆଯାଇଛି। ଏବେ ଏୟାରପୋର୍ଟରେ ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ପେଟ୍‌ଡାଉନ୍‌ ସର୍ଚ୍ଚ ବା ଫିଜିକାଲ ସର୍ଚ୍ଚକୁ ପୁଣିଥରେ ଆରମ୍ଭ କରାଯିବ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ନୂଆ କରୋନା ଗାଇଡ୍‌ଲାଇନ୍‌ ମୁତାବକ, ଯାତ୍ରୀମାନେ ଏୟାରପୋର୍ଟ ପରିସର ଓ ଫ୍ଲାଇଟ୍‌ ଭିତରେ ମାସ୍କ ପିନ୍ଧିବା ନିୟମ ଏବେ ବି ବଜାୟ ରହିବ।

WCW 11

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago