ନିର୍ଭୟା କେସ୍ର ଦୋଷୀଙ୍କ ଫାଶୀ ବାରମ୍ବାର ଘୁଞ୍ଚୁଛି। ବାରମ୍ବାର ଡେଥ୍ ଓ୍ଵାରେଣ୍ଟ ଜାରି ହେଉଥିଲେ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲୁନାହାନ୍ତି ୪ ନର ରାକ୍ଷସ। ତେବେ ଝିଅର ଦୋଷୀକୁ ତୁରନ୍ତ ଦଣ୍ଡ ମିଳୁ ବୋଲି ନିର୍ଭୟାଙ୍କ ମା’ ଦାବି କରୁଥିବା ବେଳେ ଏଭଳି ତାରିଖ ଘୁଞ୍ଚିବା ଯୋଗୁ ସେ ନିରାଶ ହୋଇପଡ଼ିଛନ୍ତି। ଇତି ମଧ୍ୟରେ ନିର୍ଭୟା କେସ୍ର ଯାଞ୍ଚରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତତ୍କାଳୀନ ଡିସିପି ଛାୟା ଶର୍ମା ଏହି ମାମଲାରେ ନିଜ ଦୀର୍ଘ ଦିନର ନିରବତା ଭାଙ୍ଗିଛନ୍ତି।
ଛାୟା ଶର୍ମା କହିଛନ୍ତି ଯେ ମୁଁ ଏବେ କହିପାରିବି ଯେ ନିର୍ଭୟାଙ୍କ ମା’ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ମୁଁ ନିର୍ଭୟାଙ୍କ ମା’ଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ଓ ତାହା ପୂରଣ କରିଛି। ଏଥିସହ ସେ ଜଣେ ଆଇପିଏସ୍ ଭାବେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନିଜ ଭୂମିକା ଓ ନ୍ୟାୟକୁ ନେଇ ନିଜ ମତାମତ ରଖିଥିଲେ।
ସୂଚନାଯୋଗ୍ୟ ଯେ ଛାୟା ଶର୍ମା ଏବେ ଜାତୀୟ ମାନବାଧିକାର କମିଶନରେ ଡିଆଇଜି ଅଛନ୍ତି। ଅନ୍ୟପଟେ ଏହି ମାମଲାରେ ଦୋଷୀଙ୍କ ସମସ୍ତ ବିକଳ୍ପ ଶେଷ ହୋଇଛି। ଏଣୁ ଆଜି କୋର୍ଟ ୪ ଚାରି ଦୋଷୀଙ୍କ ଡେଥ୍ ଓ୍ଵାରେଣ୍ଟ ଜାରି କରିପାରନ୍ତି ବୋଲି ଆଶା କରାଯାଉଛି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…