ଦେଶ ବିଦେଶ

IRCTC ଟିକେଟ ବୁକିଂ ଆପ୍‌ ଠପ୍‌, ବୈଷୟିକ ତ୍ରୁଟି ଯୋଗୁଁ ଯାତ୍ରୀ ହନ୍ତସନ୍ତ

ଟ୍ରେନ ଟିକେଟ ବୁକିଂ ଆପ୍‌ IRCTC ଠପ୍‌ ହୋଇଛି । ଫଳରେ ଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ଟିକେଟ ବୁକିଂ ହୋଇପାରୁନାହିଁ । IRCTC ବୁକିଂ ଅସ୍ଥାୟୀ ଭାବେ ପ୍ରଭାବିତ ହୋଇଛି ବୋଲି ଟ୍ଵିଟ୍‌ କରି ଜଣାଇଛି । ଖୁବଶୀଘ୍ର ବୁକିଂ ଆରମ୍ଭ ହେବ ।

ଏବେ IRCTC ୱେବସାଇଟ ଲଗଇନ୍‌ କରିବା ଦ୍ୱାରା ସୂଚନା ମିଳୁଛି କି, ମେଣ୍ଟେନାନ୍ସ କାମ ପାଇଁ ଇ-ଟିକେଟ ସୁବିଧା ବାଧାପ୍ରାପ୍ତ ହୋଇଛି । ସୁବିଧାର ଲାଭ ଉଠାଇବା ପାଇଁ ପରେ ଚେଷ୍ଟା କରନ୍ତୁ । ଟିକେଟ କ୍ୟାନସେଲ କରିବା ପାଇଁ କଷ୍ଟମର କେୟାର ନଂ ୦୭୫୫-୪୦୯୦୬୦୦ ଅଫିସିଆଲ ମେଲ ଆଇଡକୁ ଯାଇ ସଂପର୍କ କରନ୍ତୁ ।

ଜାଣନ୍ତୁ କିପରି କରିବେ ବୁକିଂ:

-ଆଇଆରସିଟିସି ର ଏହି ମୋବାଇଲ ଆପ୍‌ ରେ ଲଗ୍‌-ଇନ୍‌ କରିବା ପରେ ଆପଣଙ୍କୁ Plan My Journey ଉପରେ କ୍ଲିକ୍‌ କରିବାକୁ ପଡିବ।

-ଏହାପରେ ସୋର୍ସ ଷ୍ଟେସନ୍‌ ଅର୍ଥାତ କେଉଁଠାରୁ କେଉଁଠଇକୁ ଯିବେ ଲେଖନ୍ତୁ।

-ଏହାପରେ ଆପଣ ଯେଉଁ ଦିନ ଯାତ୍ରା କରିବେ ସେଦିନର ତାରିଖ ପକାନ୍ତୁ।
-ଏହାପରେ Search Trains ଉପରେ କ୍ଲିକ୍‌ କରନ୍ତୁ।

-ଏହାପରେ ଆପଣଙ୍କ ସାମ୍ନାକୁ ଟ୍ରେନର ଲିଷ୍ଟ ଆସିବ। ଅର୍ଥାତ ଟ୍ରେନ୍‌ ନମ୍ବର, ଟ୍ରେନ୍‌ ସମୟ ଏବଂ କେଉଁ ଦିନ ଟ୍ରେନ ଚାଲିବ ଆଦି ସବୁ ତଥ୍ୟ ପାଇପାରିବେ। ଏହାପରେ ଆପଣ ଯେଉଁ ଟ୍ରେନରେ ଟିକେଟ୍‌ କରିବାକୁ ଚାହୁଁଛନ୍ତି ତା’ ଉପରେ ଟ୍ୟାପ୍‌ କରନ୍ତୁ। ଏବେ ଆପଣ ଟ୍ରେନରେ କେଉଁ କୋଚ୍‌ ଅର୍ଥାତ ସ୍ଲିପର କ୍ଲାସ, 2AC ଆଦି ନିଜ ସୁବିଧା ଅନୁସାରେ ଚୟନ କରନ୍ତୁ। ଆପଣ କୋଚ୍‌ ଚୟନ କରିବା ପରେ ହିଁ କେତିକି ସିଟ୍‌ ଖାଲି ରହିଛି ଏବଂ କେତେ େଓ୍ଵଟିଂ ଅଛି ଜାଣିପାରିବେ।

-ଟ୍ରେନ୍‌ ଏବଂ କୋଚ୍‌ ଚୟନ କରିବା ପରେ ଆପଣଙ୍କୁ ଯାତ୍ରୀଙ୍କ ଡିଟେଲ୍ସ ଦେବାକୁ ପଡିବ।

-ଟିକେଟ୍‌ ବୁକିଂ ପାଇଁ ଆପଣ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ନେଟ୍‌ ବ୍ୟାକିଂ, ୟୁପିଆଇ ସମେତ ଅନ୍ୟ ଉପାୟରେ ଟଙ୍କା ଜମା କରିପାରିବେ।

Swagatika

Recent Posts

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

12 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

18 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

24 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

32 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

56 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

1 hour ago