ଦେଶ ବିଦେଶ

ଦୁନିଆର ସମସ୍ତ ବ୍ୟକ୍ତିଙ୍କୁ ଛୁଇଁବ କି କରୋନାର ନୂଆ ଭ୍ୟାରିଏଣ୍ଟ ‘ଓମିକ୍ରନ୍‌’? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚାଞ୍ଚଲ୍ୟକର ବୟାନ

କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକ୍ନିକାଲ ମୁଖ୍ୟ ମାରିଆ ଭ୍ୟାନ୍‌ କେରଖୋଭେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି, ଯାହା ସାରା ବିଶ୍ୱ ବାସୀଙ୍କୁ ଚମକାଇ ଦେଇଛି। ରବିବାର ଦିନ ମାରିଆ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ କରୋନାର ନୂଆ ତଥା ଦ୍ରୁତ ବେଗରେ ବ୍ୟାପୁଥିବା ଭ୍ୟାରିଏଣ୍ଟ ଓମିକ୍ରନ୍‌ ଡେଲ୍ଟା ତୁଳନାରେ କମ୍‌ ଗମ୍ଭୀର। କିନ୍ତୁ ଏହା ଏବେ ବି ଭୟଙ୍କର ଭାଇରସ୍‌ ଭାବେ ପରିଗଣିତ ହେଉଛି।

ଓମିକ୍ରନ୍‌ ଭ୍ୟାରିଏଣ୍ଟ ଡେଲ୍ଟା ଠାରୁ କମ୍‌ ଗମ୍ଭୀର ହୋଇଥିବା ସତ୍ତ୍ୱେ ଲୋକମାନେ କାହିଁକି ହସ୍ପିଟାଲରେ ପହଞ୍ଚୁଛନ୍ତି ଓ ଏହି ଭାଇରସ୍‌ ଯୋଗୁ କେତେ ଲୋକଙ୍କ ମୃତ୍ୟୁ ହେଉଛି? ଏହି ପ୍ରଶ୍ନର ଉତ୍ତରରେ ଡା.ମାରିଆକହିଛନ୍ତି, ଓମିକ୍ରନ୍‌ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଚକ୍‌ମା ଦେବାରେ ସମର୍ଥ ହେଉଥିବା ନେଇ ଏବେ ଅଧିକ ପ୍ରମାଣ ମିଳୁଛି। ତେବେ ଓମିକ୍ରନ୍‌କୁ ନେଇ ହୋଇଥିବା ରିସର୍ଚ୍ଚରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରିସର୍ଚ୍ଚ ମୁତାବକ, ନୂଆ ଭ୍ୟାରିଏଣ୍ଟ ଟିକା ନେଇ ନଥିବା ଗମ୍ଭୀର ରୋଗରେ ପୀଡ଼ିତ ଲୋକ, ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେଉଛି। ଏହା ଆଗକୁ ଅଧିକ ଗମ୍ଭୀର ହେବ ବୋଲି କହିଛନ୍ତି ମାରିଆ।

ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଓମିକ୍ରନ୍‌ ସଂକ୍ରମିତ ହେବେ କି ? ଏହି ପ୍ରଶ୍ନର ଉତ୍ତରରେ ମାରିଆ କହିଛନ୍ତି, ଏହି ଭ୍ୟାରିଏଣ୍ଟର ସଂକ୍ରମଣର ବେଗ ଅନ୍ୟ ସମସ୍ତ ଷ୍ଟ୍ରେନ୍‌ଠାରୁ ଅଧିକ ରହିଛି। ଏଭଳି ସ୍ଥିତିରେ ଏହା ସମସ୍ତଙ୍କୁ ଛୁଇଁବା କିଛି ବଡ଼ କଥା ନୁହେଁ। ଏହା ସହଜରେ ଲୋକଙ୍କୁ ସଂକ୍ରମିତ କରିପାରିବ ବୋଲି ମାରିଆ କହିଛନ୍ତି। ତେବେ ଏହା କୁହାଯାଇପାରିବ ନାହିଁ ଯେ ଓମିକ୍ରନ୍‌ ସମସ୍ତଙ୍କୁ ସଂକ୍ରମିତ କରିବ।

ସେ କହିଛନ୍ତି, ଆମେ ଏବେ ସାରା ବିଶ୍ୱରେ କରୋନାର ବର୍ଦ୍ଧିତ ମାମଲା ଦେଖୁଛୁ। କିନ୍ତୁ ସମସ୍ତେ ଯେ ସଂକ୍ରମିତ ହେବେ ସେ ଗ୍ୟାରେଣ୍ଟି ଦିଆଯିବ ନାହିଁ।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶି ଲୋକେ ଆଜି କ୍ୟାରିୟରକୁ ନେଇ ଖୁସି ଖବର ପାଇବେ

ମେଷ: ଆଜି ଆପଣଙ୍କର କିଛି ସମ୍ପର୍କୀୟଙ୍କ ସହିତ ଭେଟ ହୋଇପାରେ । ଧନ ମାମଲାରେ ଆଜିର ଦିନ କୁମ୍ଭ ରାଶି…

6 hours ago

ସରକାର ଗଠନ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜୁନ ୯ ରେ ଶପଥ ଉତ୍ସବ

ଜୁନ୯ ତାରିଖ ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ।…

7 hours ago

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ, ଉନ୍ମୋଚିତ ହେଲା ଗଳ୍ପ ସଙ୍କଳନ “ଦେବା ବସନ୍ତ”

ଭୁବନେଶ୍ୱର : ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦…

7 hours ago

ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ିନେଲେ

କେନ୍ୟୁଜ(ବ୍ୟୁରୋ) : ସରକାର ବଦଳିବା ପରେ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ି ନିଆଯାଇଥିବା…

8 hours ago

ମୁଁଗେଡି ଜଙ୍ଗଲରେ ଗୁଳିବିନିମୟ, ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା  ମୁଁଗେଡି ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ୫…

8 hours ago

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ମୃତ, ୪ ଗୁରୁତର

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ୫ ଜଣଙ୍କ ଜୀବନ ଯାଇଛି । କରଞ୍ଜିଆର ମହୁଲଡିହା ଥାନା କୁଇଲିପାଳ…

9 hours ago