ଦୁନିଆର ସମସ୍ତ ବ୍ୟକ୍ତିଙ୍କୁ ଛୁଇଁବ କି କରୋନାର ନୂଆ ଭ୍ୟାରିଏଣ୍ଟ ‘ଓମିକ୍ରନ୍’? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚାଞ୍ଚଲ୍ୟକର ବୟାନ
କରୋନା ଭାଇରସ୍ର ନୂଆ ଭ୍ୟାରିଏଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକ୍ନିକାଲ ମୁଖ୍ୟ ମାରିଆ ଭ୍ୟାନ୍ କେରଖୋଭେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି, ଯାହା ସାରା ବିଶ୍ୱ ବାସୀଙ୍କୁ ଚମକାଇ ଦେଇଛି। ରବିବାର ଦିନ ମାରିଆ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ କରୋନାର ନୂଆ ତଥା ଦ୍ରୁତ ବେଗରେ ବ୍ୟାପୁଥିବା ଭ୍ୟାରିଏଣ୍ଟ ଓମିକ୍ରନ୍ ଡେଲ୍ଟା ତୁଳନାରେ କମ୍ ଗମ୍ଭୀର। କିନ୍ତୁ ଏହା ଏବେ ବି ଭୟଙ୍କର ଭାଇରସ୍ ଭାବେ ପରିଗଣିତ ହେଉଛି।
ଓମିକ୍ରନ୍ ଭ୍ୟାରିଏଣ୍ଟ ଡେଲ୍ଟା ଠାରୁ କମ୍ ଗମ୍ଭୀର ହୋଇଥିବା ସତ୍ତ୍ୱେ ଲୋକମାନେ କାହିଁକି ହସ୍ପିଟାଲରେ ପହଞ୍ଚୁଛନ୍ତି ଓ ଏହି ଭାଇରସ୍ ଯୋଗୁ କେତେ ଲୋକଙ୍କ ମୃତ୍ୟୁ ହେଉଛି? ଏହି ପ୍ରଶ୍ନର ଉତ୍ତରରେ ଡା.ମାରିଆକହିଛନ୍ତି, ଓମିକ୍ରନ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଚକ୍ମା ଦେବାରେ ସମର୍ଥ ହେଉଥିବା ନେଇ ଏବେ ଅଧିକ ପ୍ରମାଣ ମିଳୁଛି। ତେବେ ଓମିକ୍ରନ୍କୁ ନେଇ ହୋଇଥିବା ରିସର୍ଚ୍ଚରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରିସର୍ଚ୍ଚ ମୁତାବକ, ନୂଆ ଭ୍ୟାରିଏଣ୍ଟ ଟିକା ନେଇ ନଥିବା ଗମ୍ଭୀର ରୋଗରେ ପୀଡ଼ିତ ଲୋକ, ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେଉଛି। ଏହା ଆଗକୁ ଅଧିକ ଗମ୍ଭୀର ହେବ ବୋଲି କହିଛନ୍ତି ମାରିଆ।
If Omicron is less severe, why are people ending up in the hospital and dying from it? Is it true that everyone will eventually get Omicron? Why is it important to reduce #COVID19 transmission? WHO’s Dr @mvankerkhove explains in #ScienceIn5 ⬇️ pic.twitter.com/YjFKIU9jnO
— World Health Organization (WHO) (@WHO) January 23, 2022
ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଓମିକ୍ରନ୍ ସଂକ୍ରମିତ ହେବେ କି ? ଏହି ପ୍ରଶ୍ନର ଉତ୍ତରରେ ମାରିଆ କହିଛନ୍ତି, ଏହି ଭ୍ୟାରିଏଣ୍ଟର ସଂକ୍ରମଣର ବେଗ ଅନ୍ୟ ସମସ୍ତ ଷ୍ଟ୍ରେନ୍ଠାରୁ ଅଧିକ ରହିଛି। ଏଭଳି ସ୍ଥିତିରେ ଏହା ସମସ୍ତଙ୍କୁ ଛୁଇଁବା କିଛି ବଡ଼ କଥା ନୁହେଁ। ଏହା ସହଜରେ ଲୋକଙ୍କୁ ସଂକ୍ରମିତ କରିପାରିବ ବୋଲି ମାରିଆ କହିଛନ୍ତି। ତେବେ ଏହା କୁହାଯାଇପାରିବ ନାହିଁ ଯେ ଓମିକ୍ରନ୍ ସମସ୍ତଙ୍କୁ ସଂକ୍ରମିତ କରିବ।
ସେ କହିଛନ୍ତି, ଆମେ ଏବେ ସାରା ବିଶ୍ୱରେ କରୋନାର ବର୍ଦ୍ଧିତ ମାମଲା ଦେଖୁଛୁ। କିନ୍ତୁ ସମସ୍ତେ ଯେ ସଂକ୍ରମିତ ହେବେ ସେ ଗ୍ୟାରେଣ୍ଟି ଦିଆଯିବ ନାହିଁ।