Below header

ଜୀବନ ପ୍ରତି ନାହିଁ କୌଣସି ଭୟ, ୭୦ ଫୁଟ ଉଚ୍ଚ ଝୁଲାରେ ବସି ଝୁଲୁଛନ୍ତି ଭାଇ ଭଉଣୀ: ଭିଡିଓ ଭାଇରଲ

ସମସ୍ତଙ୍କୁ କୌଣସି ନା କୌଣସି ପ୍ରକାର ଜିନିଷକୁ ନେଇ ଡର ଲାଗିଥାଏ। କିଏ ଅଧିକ ପାଣି ଦେଖି ଡରିଯାଏ ତ ଆଉ କିଏ ଉଚ୍ଚତା ଦେଖି ଡରିଯାଏ। ପ୍ରାୟତଃ ସମସ୍ତଙ୍କୁ ନିଜ ଜୀବନ ପ୍ରତି ଭୟ ରହିଥାଏ। ହେଲେ କେହି ନିଜକୁ ଚର୍ଚ୍ଚାକୁ ଆଣିଵା ପାଇଁ ଏପରି କାମ କରି ଯାଆନ୍ତି ତାହା ସୀମା ବାହାରେ । ଯଦି କିଏ ଆପଣଙ୍କୁ କୁହେଁ କି, ୭୦ ଫୁଟ ଉପରୁ ଝୁଲାରେ ଝୁଲିକି ଶୋଇବା ପାଇଁ ହୁଏତ ଏକଥା ଶୁଣି ନିଶ୍ଚିତ ଜଣେ ଭୟ କରିବ। ଆଉ ଏକଥା ଭାବିଲା ବେଳକୁ ମନରେ କି କି ଚିନ୍ତା ଆସୁଛି । କିନ୍ତୁ ଅଷ୍ଟ୍ରେଲିଆର ଏହି ଭାଇ-ଭଉଣୀ ଏପରି ଏକ ଷ୍ଟଣ୍ଟ ଦେଖାଇଛନ୍ତି । ଯାହାକୁ ଦେଖିଲେ ହୁଏତ ଆପଣଙ୍କ ଛାତି ଧରିଯିବ, ଆପଣଙ୍କୁ ହାର୍ଟଆଟାକ ହୋଇଯିବ।

୨୩ ବର୍ଷୀୟ ସାମ ସିମୋନ୍ସ ଓ ୧୯ ବର୍ଷିୟା ଆରିନା ସିମୋନ୍ସ ଦୁଃସାହାସିକ ଷ୍ଟଣ୍ଟ କରି ଦେଖାଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ୍‌ ହେବାରେ ଲାଗିଛି । ଭାଇ ଭଉଣୀଙ୍କ ଯୋଡି ଯାହା କରି ଦେଖାଇଛନ୍ତି, ତାହା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି।

ନ୍ୟୁ ସାଉଥ ୱେଲ୍ସରେ ଛୁଟି କାଟିବାକୁ ଯାଇ ସେମାନେ ପ୍ରାୟତଃ ୭୦ ଫୁଟ ଉଚ୍ଚ ଦୁଇ ପାହାଡ ମଧ୍ୟରେ ଝୁଲୁଥିବାର ଦେଖାଯାଇଥିଲା । ସାମ୍ ୩ ମିଟର ଉଚ୍ଚରେ ଥିବାବେଳେ ତାଙ୍କ ଭଉଣୀ ଆରିନା ତାଙ୍କ ଠାରୁ ୧୦ ମିଟର ଉଚ୍ଚରେ ଥିଲେ । ଭାଇ ଓ ଭଉଣୀଙ୍କର ଏହି ସାହସିକତା ସହ ପୁରା ରାତି ସେଠାରେ ଝୁଲିକି ବିତାଇଲେ ।

 

 

View this post on Instagram

 

A post shared by Ariana Simons (@ariana_simons1)


ଭାଇ ଭଉଣୀ ନିଜର ଇନଷ୍ଟା ଆକାଉଣ୍ଟରେ ଏଠାରେ ରାତି ରହିଥିବା ଭିଡିଓ ଏବଂ ଫଟୋ ମଧ୍ୟ ଅପଲୋଡ କରିଥିଲେ।ଅନେକ ଲୋକମାନେ ତାଙ୍କୁ ଦେଖିବା ପରେ ତାଙ୍କୁ ପ୍ରଶଂସା କରିଛନ୍ତି କିନ୍ତୁ ତାଙ୍କ ସୁରକ୍ଷାକୁ ନେଇ ବହୁତ ଚିନ୍ତା ପ୍ରକଟ କରିଛନ୍ତି । ଏହା ପାଇଁ ଦୁହେଁ ସେମାନଙ୍କର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଥିଲେ।

 

View this post on Instagram

 

A post shared by Sam Simons (@ssamssimonss)

ଡେଲି ମେଲ୍‌ର ସାକ୍ଷାତକାରରେ ସାମ କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି ଏହିପରି ରହିବା ବିଷୟରେ ବହୁତ ଭାବିଥିଲେ । କିନ୍ତୁ ସେ ଏଭଳି ଠିକ୍‌ ସ୍ଥାନ ପାଇନଥିଲେ । ଯେତେବେଳେ ସେ ଏହି ସ୍ଥାନ ପାଇଲେ, ସେ କିଛି ନଭାବି ତୁରନ୍ତ ସେଠାକୁ ଯାଇ ନିଜ ସ୍ୱପ୍ନକୁ ପୂରଣ ପୁରା କଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.