RBI ରେ ବମ୍ପର ନିଯୁକ୍ତି: ଆବେଦନ କରିବା ପାଇଁ କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା, ଜାଣନ୍ତୁ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆରବିଆଇର ଅଧିକାରକ ୱେବସାଇଟ୍‌ rbi.org.in କୁ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବା ପାଇଁ ୧୫ ଜାନୁଆରୀରୁ ଆବେଦନ ଆରମ୍ଭ ହୋଇଯାଇଛି।

ପ୍ରାର୍ଥୀ ibpsonline.ibps.in/rbidec21/ ରେ କ୍ଲିକ କରି ଆବେଦନ କରିପାରିବେ। ଏହାଛଡା opportunities.rbi.org.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୪ ୨୦୨୨ ରହିଛି।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ଫେବୃଆର ୪, ୨୦୨୨ ରହିଛି।

ପଦବୀ ବିବରଣୀ: ୧୨

ଲ ଅଫିସର(ଗ୍ରେଡ ବି) : ୨

ମ୍ୟାନେଜର(ଟେକ୍ନିକାଲ-ସିଭିଲ) : ୬

ମ୍ୟାନେଜର( ଟେକ୍ନିକାଲ-ଇଲେକ୍ଟ୍ରିକାଲ୍ସ): ୩

ଲାଇବ୍ରେରୀ ପ୍ରଫେସନାଲ (ଆସିଷ୍ଟାଣ୍ଟ ଲାଇବ୍ରେରିଆନ) ଗ୍ରେଡ ଏ :୧

ଆର୍କିଟେକ ଗ୍ରେଡ ଏ : ୧

ଫୁଲ ଟାଇମ କ୍ୟୁରେଟର :୧

ବୟସ ସୀମା : ସମସ୍ତ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି। ଏହି ସବୁ ପଦବୀ ପାଇଁ ୨୧ ବର୍ଷରୁ ୫୦ ବର୍ଷ ହୋଇଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା: ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଆବେଦନକାରୀ ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା ଆଧାରରେ କରାଯିବ।

କେମିତି କରିବେ ଆବେଦନ:

ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ:

https://opportunities.rbi.org.in/Scripts/bs_viewcontent.aspx?Id=4077

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.