Below header

ସ୍କୁଟି ଚାଳକ ରୁହନ୍ତୁ ସତର୍କ, ଆପଣ ବି ହୋଇପାରନ୍ତି ଏମିତି ଚୋରିର ଶିକାର ଦେଖନ୍ତୁ ଭିଡିଓ

କୁହାଯାଏ ଚୋର ଯଦି ନିଜ ସାତିର ଦିମାଗରେ କାହାକୁ ଫସାଇବାକୁ ଚାହିଁବ ତାହେଲେ ବଡ ସହଜରେ ସେ ଏହି କାମକୁ କରିପାରିବ। କାହିଁକିନା ଚୋର ବିିଦ୍ୟାରେ ସେ ଧୂରନ୍ଦର ହୋଇଥାଏ। କିନ୍ତୁ ଚୋର ଯେତେ ବି ଚାଲାକିରେ କାମ କରିଥାଉ ନା କାହିଁକି ତାର ଚୋରି ଧରାପଡିଯାଏ। ଏବେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଚୋରି ଭାଇରାଲ ହେବାରେ ଲାଗିଛି। ଜଣେ ମହିଳାଙ୍କ ଠାରୁ ଚୋର ଜଣଙ୍କ ଏତେ ସାତିର ଦିମାଗରେ ଚୋରି କରିନେଉଛି ଆପଣ ବି ଦେଖିଲେ ମୁଣ୍ଡରେ ହାତ ଦେଇଦେବେ। ଚୋର ଯେ କେତେବେଳେ କେଉଁ ରୂପରେ ଆପଣଙ୍କ ସାମ୍ନାରେ ଆସି ଛିଡା ହେବ ତାହା ଆପଣ ବିଲକୁଲ ବି ଅନୁମାନ କରିପାରିବେନାହିଁ। ଆପଣଙ୍କ ନାକ ତଳୁ ଏମିତି ଭାବେ ଚୋର ଚୋରି କରିନେବ ତାହା ଆପଣ ଟିକେ ବି ସନ୍ଧାନ ପାଇପାରିବେନାହିଁ। ଆଉ ଆପଣଙ୍କୁ ଯେତେବେଳେ ଏହା ବିଷୟରେ ଜଣାପଡିବ ସେତେବେଳେ ସୁଦ୍ଧା ଚୋର ଚୋରି କରି ଫେରାର ହୋଇ ସାରିଥିବ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ କିଛି ଏମିତି ଚିତ୍ର ଦେଖିବାକୁ ମିଳୁଛି ଯେ ଜଣେ ମହିଳା ସ୍କୁଟି ଧରି ଦୋକାନ ସାମ୍ନାରେ କିଛି ଜିନିଷ ଧରି ଛିଡା ହୋଇଛନ୍ତି। ସେଥିପାଇଁ ସ୍କୁଟିରୁ ନ ଓହ୍ଲାଇ ଗାଡି ଉପରେ ବସି ହିଁ ଜିନିଷ କିଣିକାବୁ ଚାହୁଁଥିଲେ। ଏହି ସମୟରେ ଆଉ ଜଣେ ସ୍କୁଟି ଚାଳକ ସେହି ମହିଳାହଙ୍କ ସ୍କୁଟି ପାଖରେ ତାଙ୍କ ଗାଡି ଆଣି ରଖିଦେଲେ। ଗାଡିକୁ ଜାଗା ଦେବାପାଇଁ ଯେମିତି ହିଁ ଯେମିତି ହିଁ ମହିଳା ନିଜ ସ୍କୁଟିର ଆଗପଛ କରିବାକୁ ଲାଗିଲେ ସେତେବେଳେ ଆଉ ଜଣେ ମହିଳା ସେଠାକୁ ହେଲମେଟ ଲଗାଇ ସାମ୍ନା ପଟୁ ଆସିଲେ। ଆଉ ସ୍କୁଟି ଉପରେ ବସିଥିବା ମହିଳା ଯେତେବେଳେ ନିଜ ଗାଡିକୁ ଠିକ କରିବାକୁ ପଛକୁ ଚାହିଁଛନ୍ତି ଠିକ ସେତିକିବେଳେ ବହୁତ ସହଜରେ ସ୍କୁଟିରୁ ଜିନିଷ ଚୋରି କରିନେଲେ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସ୍କୁଟିରେ ବସିଥିବା ମହିଳାଙ୍କୁ ଏହା ବିଷୟରେ ଟିକେ ହେଲେ ବି ଜଣାପଡିଲାନି। କାହିଁକିନା ସେ ସ୍କୁୁଟିକୁ ଆଗ ପଛ କରିବାରେ ବ୍ୟସ୍ତ ଥିଲେ। ସିସିଟିଭି ଫୁଟେଜ ଦେଖି ବୁଝିପାରୁଥିବେ ଯେ ସ୍କୁଟିରେ ଥିବା ମହିଳାଙ୍କୁ କେମିତି ଭାବରେ ନିଜ ଜାଲରେ ଫସାଗଲା। ପ୍ରଥମେ ସ୍କୁଟି ଚାଳକ ମହିଳାଙ୍କୁ ଆଗ ପଛ କରି ଆଡଜଷ୍ଟ କରିବାରେ ବ୍ୟସ୍ତ କରାଇଲେ। ଆଉ ସାମ୍ନାରୁ ଆସୁଥିବା ମହିଳା ବହୁତ ଧୀରେ ସେ ଆସି ଚୁପ୍‌ ଚୁପ୍‌ ବ୍ୟାଗ ଉଠାଇ ନେଇଗଲେ। ଭିଡିଓ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଏ ଭିଡିଓ ଦେଖି ନିହାତି ଭାବେ ସତର୍କ ହୋଇଯାଇଥିବେ। କାହିଁକିନା ଏମିତି ଆପଣଙ୍କ ସହ ବି ହୋଇପାରେ।

 

View this post on Instagram

 

A post shared by memes | news | comedy (@ghantaa)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.