କୋଲକତା: ଇସ୍‌କନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ସାଂସଦ ନୁସରତ ଜାହନଙ୍କୁ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ

କୋଲକତା(କେନ୍ୟୁଜ୍) : କୋଲକତା ବସିରହାଟ ଲୋକସଭା ସାଂସଦ ନୁସରତ ଜାହନଙ୍କୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଇସକନ୍‌ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ଆମନ୍ତ୍ରିତ କରାଯାଇଛି। ଆସନ୍ତା ୪ ତାରିଖରେ କୋଲକତାର ପାକ୍‌ ଷ୍ଟ୍ରିଟ ଠାରେ ଇସ୍‌କନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ସାଂସଦ ନୁସରତ ଜାହନଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାକୁ ନିବେଦନ କରାଯାଇଛି। ଜଣେ ଧର୍ମନିରପେକ୍ଷ ସାଂସଦ ଭାବେ ନସରତ ଜାହନଙ୍କୁ ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିବା ଇସ୍‌କନ ପକ୍ଷରୁ କୁହାଯାଇଛି।

ଇସ୍‌କନର ନିମନ୍ତ୍ରଣକୁ ସାଂସଦ ନୁସରତ ଜାହାନ ସାଦରର ସହ ଗ୍ରହଣ କରିଥିବା କହିଛନ୍ତି। ତୃଣମୂଳ କଂଗ୍ରେସ ଟିକେଟରେ ବସିରହାଟ ଲୋକସଭା ଆସନରୁ ପ୍ରଥମ ଥର ଲାଗି ନିର୍ବାଚିତ ହୋଇଛନ୍ତି। ତେବେ ନୁସରତ ଜାହନ ମୁଣ୍ଡରେ ସିନ୍ଦୁର ଓ ହାତରେ ଶଂଖ୍ୟା ଲଗାଇ ଜଣେ ହିନ୍ଦୁ ବିବାହିତ ସ୍ତ୍ରୀ ଭାବେ ଲୋକସଭାରେ ସାଂସଦ ଶପଥ ଗ୍ରହଣ କରିଥିଲେ। ଏହାକୁ ନେଇ ମୁସଲମାନର ମୌଳବାଦୀମାନେ ଏହାକୁ ବିରୋଧ କରିବା ସହ ତାଙ୍କ ବିରୋଧରେ ଫତୱା ଜାରି କରିଛନ୍ତି। ଯାହାକୁ ନେଇ ଜାତୀୟ ଗଣ ମାଧ୍ୟମରେ ସେ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ଫିଲ୍ମ ଜଗତରୁ ଲୋକପ୍ରତିନିଧି ହୋଇଥିବା ନୁସରତ ଜାହନା ବିଭିନ୍ନ ହିନ୍ଦୁ ପର୍ବ ପର୍ବାଣୀରେ ମଧ୍ୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି।

KNews Bureau

Recent Posts

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

7 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

31 mins ago

ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା, ଥାନାରେ ଜ୍ୱାଇଁ ଅଟକ

ନୟାଗଡ (କେନ୍ୟୁଜ୍‌): ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।…

35 mins ago

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ

ସଞ୍ଜୟ ଲୀଲା ଭଂସାଲୀଙ୍କ ସିରିଜ୍‌ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ରେ ଫରିଦାନଙ୍କ ଭୂମିକାରେ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୋନାକ୍ଷୀ…

53 mins ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ପରେ ପାକିସ୍ତାନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା, ଏମିତି ଲେଖିଲେ ପାକ୍‌ ପିଏମ୍‌ ଶେହବାଜ ସରିଫ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମଗ୍ର ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିଛନ୍ତି । ଜୁନ୍ ୪ରେ ଲୋକସଭା ନିର୍ବାଚନର…

60 mins ago

କେଉଁ ଧାତୁରେ ପ୍ରସ୍ତୁତ କରାଯାଏ ମୁଦ୍ରା, ୧୦ ଟଙ୍କିଆ ମୁଦ୍ରାରେ ରହିଛି ଖାସ୍‌

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ପାଖରେ ନୂଆ ଏବଂ ପୁରୁଣା କଏନକୁ ସଂଗ୍ରହ କରି…

1 hour ago