Below header

କୋଲକତା: ଇସ୍‌କନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ସାଂସଦ ନୁସରତ ଜାହନଙ୍କୁ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ

କୋଲକତା(କେନ୍ୟୁଜ୍) : କୋଲକତା ବସିରହାଟ ଲୋକସଭା ସାଂସଦ ନୁସରତ ଜାହନଙ୍କୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଇସକନ୍‌ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ଆମନ୍ତ୍ରିତ କରାଯାଇଛି। ଆସନ୍ତା ୪ ତାରିଖରେ କୋଲକତାର ପାକ୍‌ ଷ୍ଟ୍ରିଟ ଠାରେ ଇସ୍‌କନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ସାଂସଦ ନୁସରତ ଜାହନଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାକୁ ନିବେଦନ କରାଯାଇଛି। ଜଣେ ଧର୍ମନିରପେକ୍ଷ ସାଂସଦ ଭାବେ ନସରତ ଜାହନଙ୍କୁ ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିବା ଇସ୍‌କନ ପକ୍ଷରୁ କୁହାଯାଇଛି।

nursatଇସ୍‌କନର ନିମନ୍ତ୍ରଣକୁ ସାଂସଦ ନୁସରତ ଜାହାନ ସାଦରର ସହ ଗ୍ରହଣ କରିଥିବା କହିଛନ୍ତି। ତୃଣମୂଳ କଂଗ୍ରେସ ଟିକେଟରେ ବସିରହାଟ ଲୋକସଭା ଆସନରୁ ପ୍ରଥମ ଥର ଲାଗି ନିର୍ବାଚିତ ହୋଇଛନ୍ତି। ତେବେ ନୁସରତ ଜାହନ ମୁଣ୍ଡରେ ସିନ୍ଦୁର ଓ ହାତରେ ଶଂଖ୍ୟା ଲଗାଇ ଜଣେ ହିନ୍ଦୁ ବିବାହିତ ସ୍ତ୍ରୀ ଭାବେ ଲୋକସଭାରେ ସାଂସଦ ଶପଥ ଗ୍ରହଣ କରିଥିଲେ। ଏହାକୁ ନେଇ ମୁସଲମାନର ମୌଳବାଦୀମାନେ ଏହାକୁ ବିରୋଧ କରିବା ସହ ତାଙ୍କ ବିରୋଧରେ ଫତୱା ଜାରି କରିଛନ୍ତି। ଯାହାକୁ ନେଇ ଜାତୀୟ ଗଣ ମାଧ୍ୟମରେ ସେ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ଫିଲ୍ମ ଜଗତରୁ ଲୋକପ୍ରତିନିଧି ହୋଇଥିବା ନୁସରତ ଜାହନା ବିଭିନ୍ନ ହିନ୍ଦୁ ପର୍ବ ପର୍ବାଣୀରେ ମଧ୍ୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.