ଦେଶ ବିଦେଶ

ଏକାସାଙ୍ଗରେ ୩୬ଟି ସାଟେଲାଇଟ୍‌ ଉତକ୍ଷେପଣ କଲା ଇସ୍ରୋ, LVM3 ରକେଟ୍ ଜରିଆରେ ଛଡ଼ାଗଲା ସାଟେଲାଇଟ୍‌

ପୁଣି ଇତିହାସ ରଚିଲା ଇସ୍ରୋ । ଏକାସାଙ୍ଗରେ ୩୬ଟି ସାଟେଲାଇଟ୍‌ ଉତକ୍ଷେପଣ କଲା ଇସ୍ରୋ । ଚେନ୍ନାଇ ଶ୍ରୀହରିକୋଟାରୁ ହେଲା LVM3ର  ଉତକ୍ଷେପଣ । LVM3 ରକେଟ୍ ଜରିଆରେ ଛଡ଼ାଗଲା ଏକାଥରେ ୩୬ଟି ଉପଗ୍ରହ। ଓ୍ଵାନ ୱେବ-୨ ମିଶନ ଜରିଆରେ ମହାକାଶକୁ ଛଡ଼ା ଯାଇଛି ୩୬ଟି ଉପଗ୍ରହ।

ସତୀଶ ଧବନ ସ୍ପେସ୍ ସେଣ୍ଟରରୁ ଆଜି ସକାଳ ଠିକ୍ ୯ଟା ବେଳେ ଓ୍ଵାନ୍ ୱେବ -୨ ମିଶନରେ ମାର୍କ-୩ ରକେଟକୁ ଲଞ୍ଚ କରାଯାଇଥିଲା । ଏହା ହେଉଛି ଇସ୍ରୋର ସବୁଠୁ ଓଜନିଆ ରକେଟ୍ ।

ସମୁଦାୟ ୫,୮୦୫ କିଲୋଗ୍ରାମ୍ ଓଜନର ଏହି ୱାନ୍ ୱେବ୍ ଜେନ୍-୧ ସାଟେଲାଇଟ୍ ଗୁଡ଼ିକୁ ମହାକାଶରେ ୮୭.୪ ଡିଗ୍ରୀ ଅଣେଇ ରଖାଯାଇ ୪୫୦ କିଲୋମିଟର୍ ବୃତ୍ତାକାର କକ୍ଷପଥରେ ସ୍ଥାପନ କରାଯିବ। ଏହି ୩୬ଟି ସାଟେଲାଇଟ୍ର ମୋଟ ଓଜନ ୫ ହଜାର ୮୦୫ କିଲୋଗ୍ରାମ । ଇସ୍ରୋର ବ୍ୟାବସାୟିକ ୟୁନିଟ୍ ତରଫରୁ ଦ୍ୱିତୀୟ ଥର ପାଇଁ ଏଭଳି ସାଟେଲାଇଟ୍ ଛଡ଼ା ଯାଇଛି । ଯେଉଁଥିରେ ଭାରତ ସମେତ, ଜାପାନ, ଫ୍ରାନ୍ସ ଆଦି ୬ଟି ଦେଶର ଭାଗିଦାରୀ ରହିଛି । ଏହି ୩୬ଟି ସାଟେଲାଇଟ୍ ଆର୍ଥ ଅରବିଟରେ ସ୍ଥାପିତ ହେଲେ ବିଶ୍ୱର କୋଣ କୋଣରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆହୁରି ଦୃଢ଼ ହେବ ।

‘ୱାନୱେବ କହିଛି ଯେ, ୧୮ ତମ ସାଟେଲାଇଟ୍‌ ଲଞ୍ଚ କାର୍ଯ୍ୟ ଶେଷ ହୋଇଛି। ଆହୁରି ୩୬ ଟି ଉପଗ୍ରହ ଉତକ୍ଷେପଣ ସହିତ ପୃଥିବୀର କକ୍ଷପଥରେ ସ୍ଥାପିତ ଆମର ଉପଗ୍ରହ ସଂଖ୍ୟା ୬୧୬ କୁ ବୃଦ୍ଧି ପାଇବ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago