ଦେଶ ବିଦେଶ

ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ସମୟରେ କାଉଣ୍ଟଡାଉନ୍ ଘୋଷଣା କରିଥିବା ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ପରଲୋକ, ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା

ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଚନ୍ଦ୍ରଯାନ-୩ ଲଞ୍ଚ ସମୟର କାଉଣ୍ଟଡାଉନ ଘୋଷଣା ତାଙ୍କର ଶେଷ ଘୋଷଣା ଥିଲା । ବାଲାରମାତିଙ୍କ ମୃତ୍ୟୁର ଖବର ଶୁଣି ଇସ୍ରୋର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ଶୋକ ପ୍ରକାଶ କରିଛନ୍ତି । ଇସ୍ରୋର ଯେତେ ବି ଲଞ୍ଚ ହୁଏ, ତହାର କାଉଣ୍ଟଡାଉନ କରୁଥିବା ସ୍ୱର ବାଲାରମାତିଙ୍କର ରହିଥିଲା । ଏବେ ଆଉ ସେହି ସ୍ୱର ଶୁଣିବାକୁ ମିଳିବନି ।

ସୂଚନା ଅନୁଯାୟୀ, ତାମିଲନାଡୁର ଅରିୟାଲୁର ବାସିନ୍ଦା ବାଲାରମାତିଙ୍କର ଶନିବାର ସନ୍ଧ୍ୟାବେଳେ ଚେନ୍ନାଇରେ ହାର୍ଟଆଟାକ ହୋଇଥିଲା । ଏହା ପରେ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେ ୧୯୮୪ ମସିହାରେ ଇସ୍ରୋରେ ଯୋଗ ଦେଇଥିଲେ। କାଉଣ୍ଟଡାଉନ୍ ଘୋଷଣା ସମୟରେ ତାଙ୍କ କଣ୍ଠସ୍ୱର ସମଗ୍ର ଭାରତବାସୀଙ୍କର ବେଶ୍‌ ପ୍ରିୟ ହୋଇଥିଲା । ୨୦୧୫ରେ ସେ ପୂର୍ବତନ ରାଷ୍ଟ୍ରପତି ଅବ୍ଦୁଲ୍ କଲାମଙ୍କ ନାମରେ ନାମିତ ପୁରସ୍କାର ପ୍ରଥମ କରି ପାଇଥିଲେ।

ତାଙ୍କ ମୃତ୍ୟୁରେ ଇସ୍ରୋର ପୂର୍ବତନ ନିର୍ଦ୍ଦେଶନ ପିଭି ଭେଙ୍କଟକୃଷ୍ଣମ ଟ୍ଵିଟ୍‌ କରି ଦୁଃଖ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ଶ୍ରୀହରିକୋଟାରୁ ଇସ୍ରୋର ଆଗାମୀ ମିଶନ ପାଇଁ ଏବେ ଆଉ କାଉଣ୍ଟଡାଉନ ସମୟରେ ବାଲାରମାତିଙ୍କ ସ୍ୱର ଶୁଣିବାକୁ ମିଳିବ ନାହିଁ । ଚନ୍ଦ୍ରଯାନ –୩ ତାଙ୍କର ଶେଷ ଘୋଷଣାଥିଲା । ମୁଁ ବହୁତ ଦୁଃଖତ… ପ୍ରଣାମ …।

Swagatika

Recent Posts

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

15 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

16 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

49 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

57 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

1 hour ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

1 hour ago