ନିଗମବୋଧ ଘାଟରେ ହେଲା ଶେଷକୃତ୍ୟ, ଚିତାଗ୍ନରେ ଜଳିଗଲା ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : ଦିଲ୍ଲୀ ନିଗମବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କର । ଭାବଗମ୍ଭୀର ପରିବେଶ ଥିଲା ଶ୍ମଶାନ ସ୍ଥଳ । କାହାର କଣ୍ଠ ବାଷ୍ପରୁଦ୍ଧ ତ କାହାର ଆଖି ଛଳଛଳ। ସମସ୍ତଙ୍କ ମୁହଁରେ ଥିଲା ଉଦାସର ଭାବ। ନିଜର ପ୍ରିୟ ନେତାଙ୍କୁ ବିଦାୟ ଦେବାକୁ ଉପସ୍ଥିତ ହୋଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତି। କେବଳ ବିଜେପି ନୁହେଁ, ଦଳମତ ନିର୍ବିଶେଷରେ ଶେଷକୃତ୍ୟରେ ସାମିଲ ହୋଇଥିଲେ ଅନେକ ରାଜନେତା। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ, ପୀୟୂଷ ଗୋଏଲ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ପ୍ରମୁଖ ବହୁ ବରିଷ୍ଠ ନେତା ଓ ଶହ ଶହ କର୍ମୀ ଜେଟଲୀଙ୍କୁ ଜଣାଇଥିଲେ ଅନ୍ତିମ ବିଦାୟ। ମୁଖାଗ୍ନି ଦେଇଥିଲେ ପୁଅ ରୋହନ।

ଅନ୍ତିମ ଦର୍ଶନ ପାଇଁ ଆଜି ସକାଳୁ ତାଙ୍କ ବାସଭବନରେ ଆରମ୍ଭ ହୋଇ ଯାଇଥିଲା ଗହଳି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ପହଞ୍ଚିଥିଲେ ଭିନ୍ନ ଭିନ୍ନ ଦଳର ରାଜନେତା। ପୁଣି ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଜେଟ୍‌ଲୀଙ୍କ ଶେଷ ଦର୍ଶନ କରିବାକୁ ଭାରତରେ ଅବସ୍ଥାପିତ ବ୍ରିଟିଶ ହାଇକମିଶନର ପହଞ୍ଚିଥିଲେ ତାଙ୍କ ବାସଭବନରେ। ତାଙ୍କୁ ଜଣେ ଜ୍ଞାନୀ, ସାଦାସିଧା ଓ ଖୁସ୍‌ ମିଜାରର ମଣିଷ ବୋଲି ବର୍ଣ୍ଣନା କରିଥିଲେ।
ପୂର୍ବାହ୍ନ ୧୧ଟାରେ ବିଜେପି ମୁଖ୍ୟାଳୟକୁ ଅଣାଯାଇଥିଲା ଜଟ୍‌ଲୀଙ୍କ ପାର୍ଥିବ ଶରୀର। ନିଜ ପ୍ରିୟ ନେତାଙ୍କ ଅନ୍ତିମ ଦର୍ଶନ ପାଇଁ ସେଠାରେ ଅପେକ୍ଷା କରି ରହିଥିଲେ ଦଳର ହଜାର ହଜାର କର୍ମୀ ଏବଂ ବହୁ ବରିଷ୍ଠ ଓ କନିଷ୍ଠ ନେତା। ବିଜେପି କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା ଅନ୍ତିମ ଯାତ୍ରା। ସାମିଲ ହୋଇଥିଲେ ହଜାର ହଜାର ଲୋକ। ରାସ୍ତାର ଦୁଇ ପାର୍ଶ୍ୱରେ ବି ଲୋକେ ଉପସ୍ଥିତ ରହି ଅରୁଣଙ୍କୁ ଜଣାଇଥିଲେ ଅନ୍ତିମ ବିଦାୟ। ଆଜି ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । କିଛି ଦିନ ଧରି ଚିକିତ୍ସାଧୀନ ରହିବା ପରେ ଗତକାଲି ଦିଲ୍ଲୀ ଏମ୍‌ସରେ ଜେଟ୍‌ଲୀଙ୍କ ଦେହାନ୍ତ ଘଟିଥିଲା ୬୬ ବର୍ଷ ବୟସରେ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

7 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

8 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

8 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

9 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

9 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

10 hours ago