ଝାଡଖଣ୍ଡ ପୋଲିସ୍ ଓ କୋବ୍ରା ବାଟାଲିୟନ ଜବାନଙ୍କ ଉପରେ ଆଇଇଡି ବିସ୍ଫୋରଣ, ୧୫ ଗୁରୁତର

ରାଞ୍ଚି: ଆଇଇଡି ବିସ୍ଫୋରଣରେ ୧୫ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ । ଝାଡ଼ଖଣ୍ଡର ସରେଇକେଲାଠାରେ ଏକ ସ୍ୱତନ୍ତ୍ର ଅପରେସନ ଚାଲିଥିବା ବେଳେ ଏହି ଆଇଇଡି ବିସ୍ଫୋରଣ ହୋଇଥିଲା। ସୂଚନା ମୁତାବକ ଆଜି ଭୋର୍‌ ୪ଟା ୩୦ ମିନିଟରେ କୁଚାଇ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଝାଡ଼ଖଣ୍ଡ ପୁଲିସ୍‌, ୨୦୯ କୋବ୍ରା ମିଳିତ ଭାବେ ଏହି ଅପରେସନ କରୁଥିବା ବେଳେ ଆକ୍ରମଣରେ ୮ ଜଣ କୋବ୍ରା କର୍ମୀ ଓ ୩ ଜଣ ପୁଲିସ୍‌ କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ସକାଳ  ପାଖାପାଖି ୬.୫୦ ସମୟରେ ଆହତ ଯବାନମାନଙ୍କୁ ରାଞ୍ଚିକୁ ଚିକିତ୍ସା ପାଇଁ ପଠାଯାଇଥିଲା। ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତେବେ ଗତ ମେ ୧ ତାରିଖରେ ହୋଇଥିବା ଆଇଇଡି ବିସ୍ଫୋରଣରେ ୧୫ ଜଣ ପୁଲିସ୍‌ କର୍ମୀ ଓ ଜଣେ ନାଗରିକ ନିହତ ହୋଇଥିଲେ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

5 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

6 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

6 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

7 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

7 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

8 hours ago