Below header

ଝାଡଖଣ୍ଡ ପୋଲିସ୍ ଓ କୋବ୍ରା ବାଟାଲିୟନ ଜବାନଙ୍କ ଉପରେ ଆଇଇଡି ବିସ୍ଫୋରଣ, ୧୫ ଗୁରୁତର

ରାଞ୍ଚି: ଆଇଇଡି ବିସ୍ଫୋରଣରେ ୧୫ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ । ଝାଡ଼ଖଣ୍ଡର ସରେଇକେଲାଠାରେ ଏକ ସ୍ୱତନ୍ତ୍ର ଅପରେସନ ଚାଲିଥିବା ବେଳେ ଏହି ଆଇଇଡି ବିସ୍ଫୋରଣ ହୋଇଥିଲା। ସୂଚନା ମୁତାବକ ଆଜି ଭୋର୍‌ ୪ଟା ୩୦ ମିନିଟରେ କୁଚାଇ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଝାଡ଼ଖଣ୍ଡ ପୁଲିସ୍‌, ୨୦୯ କୋବ୍ରା ମିଳିତ ଭାବେ ଏହି ଅପରେସନ କରୁଥିବା ବେଳେ ଆକ୍ରମଣରେ ୮ ଜଣ କୋବ୍ରା କର୍ମୀ ଓ ୩ ଜଣ ପୁଲିସ୍‌ କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି।

jawanସକାଳ  ପାଖାପାଖି ୬.୫୦ ସମୟରେ ଆହତ ଯବାନମାନଙ୍କୁ ରାଞ୍ଚିକୁ ଚିକିତ୍ସା ପାଇଁ ପଠାଯାଇଥିଲା। ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତେବେ ଗତ ମେ ୧ ତାରିଖରେ ହୋଇଥିବା ଆଇଇଡି ବିସ୍ଫୋରଣରେ ୧୫ ଜଣ ପୁଲିସ୍‌ କର୍ମୀ ଓ ଜଣେ ନାଗରିକ ନିହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.