ଏହି ମନ୍ଦିରର ଶିବଲିଙ୍ଗ ଦିନକୁ ୩ ଥର ବଦଳାଇଥାନ୍ତି ରଙ୍ଗ, ଜାଣନ୍ତୁ ଭଗବାନଙ୍କର ଏହି ରହସ୍ୟମୟ ମନ୍ଦିର ସମ୍ପର୍କରେ

ଭାରତରେ ଅନେକ ରହସ୍ୟମୟ ମନ୍ଦିର ଅବସ୍ଥିତ, ଯାହାର ରହସ୍ୟ ବିଷୟରେ ଆଜି ମଧ୍ୟ ଲୋକମାନେ ଜାଣିନାହାନ୍ତି। ଏହି ମନ୍ଦିର ଲୋକମାନଙ୍କ ଆସ୍ଥାର ପ୍ରତୀକ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଭଗବାନ ଶିବଙ୍କର ସେହି ଅଦ୍ଭୁତ ଓ ରହସ୍ୟମୟ ଶିବ ମନ୍ଦିର ବିଷୟରେ କିଛି ରହସ୍ୟ ପୂର୍ଣ୍ଣ ତଥ୍ୟ।

ସ୍ତମ୍ଭେଶ୍ବର ମହାଦେବ ମନ୍ଦିର

Lingamଭଗବାନ ଶିବଙ୍କର ସମସ୍ତ ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରେ ଏହି ମନ୍ଦିର ଗୁଜୁରାଟର କୌମ୍ବେ ତଟ ନିକଟରେ ଅବସ୍ଥିତ। ଏହି ମନ୍ଦିର ଦିନରେ ଦୁଇ ଥର ସମୁଦ୍ର ମଧ୍ୟରେ ବୁଡି ଯାଇଥାଏ ଏବଂ କିଛି ସମୟ ପରେ ପୂର୍ନବାର ଦୃଶ୍ୟମାନ ହୋଇଥାଏ। ଏହି ଚମତ୍କାରୀ ଦୃଶ୍ୟ ଦେଖିବା ପାଇଁ ଅଧିକାଂଶ ଲୋକମାନେ ଏହି ମନ୍ଦିରକୁ ଆସିଥାନ୍ତି। ସମୁଦ୍ରରେ ଜୁଆର ଭଟ୍ଟା ଉଠିବା କାରଣରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ସମୁଦ୍ରରେ ଜୁଆର କମ ହେବା ସମୟରେ ଏହି ମନ୍ଦିରରେ ଦର୍ଶନ ହୋଇଥାଏ। ସକାଳ ଏବଂ ସଂନ୍ଧ୍ୟା ସମୟରେ ଏହି ଚମତ୍କାରୀ ଦୃଶ୍ୟ ଲୋକମାନଙ୍କର ଭିଡ ଜମିଥାଏ। ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟ ନିଜେ ଏହି ଅଦ୍ଭୁତ ମନ୍ଦିରର ନିର୍ମାଣ କରିଥିଲେ।

ନିଷ୍କଳଙ୍କ ମହାଦେବ ମନ୍ଦିର

Lord Shiva Templeଗୁଜୁରାଟର ଭାୱନଗରରେ କୋଲିୟାକ ତଟରୁ ତିନି କିଲୋମିଟର ମଧ୍ୟରେ ଆରବ ସାଗରରେ ନିଷ୍କଳଙ୍କ ମହାଦେବ ମନ୍ଦିର ଅବସ୍ଥିତ। ଏଠାରେ ଆରବ ସାଗରର ଲହରୀ ପ୍ରତ୍ୟେକ ଦିନ ଏହି ୫ଟି ଶିବଲିଙ୍ଗଙ୍କର ଜଳାଭିଷେକ କରିଥାନ୍ତି। ଏଠାରେ ଲୋକମାନେ ପାଣି ଭିତରେ ଚାଲି ଚାଲି ଆସି ଭଗବାନଙ୍କ ଦର୍ଶନ କରିଥାନ୍ତି। ଶାସ୍ତ୍ର ଅନୁଯାୟୀ ଶିବ ନିକଟରେ ଥିବା ଏକ କୁଣ୍ଡରେ ଅକ୍ଷୟ ତୃତୀୟା ଦିନ ମା ଗଙ୍ଗା ଦେବୀ ସ୍ବୟଂ ପ୍ରକଟ ହୋଇଥାନ୍ତି। ଏହି ଦିନ ଏଠାରେ ସ୍ନାନ କରିବାର ଅନେକ ମହତ୍ବ ରହିଛି। ପୁରାଣ ଶାସ୍ତ୍ର ଅନୁଯାୟୀ ଏହି ସ୍ଥାନରେ ପାଣ୍ଡବମାନେ ନିଜ ଭାଇମାନଙ୍କୁ ଯୁଦ୍ଧରେ ମାରିବାର କଳଙ୍କରୁ ମୁକ୍ତି ପାଇଥିଲେ, ଯେଉଁ କାରଣରୁ ଏହାର ନାମ ନିଷ୍କଳଙ୍କ ମହାଦେବ ରଖାଯାଇଛି।

ଅଚଳେଶ୍ବର ମହାଦେବ ମନ୍ଦିର

sivlingaଏହି ମନ୍ଦିର ରାଜସ୍ଥାନର ଧଉଲପୁରରେ ନିକଟରେ ଅବସ୍ଥିତ। ଏହି ମନ୍ଦିରର ଶିବଲିଙ୍ଗ ଦିନରେ ୩ଥର ରଙ୍ଗ ପରିବର୍ତ୍ତନ କରିଥାନ୍ତି। ସକାଳ ସମୟରେ ଶିବଲିଙ୍ଗର ରଙ୍ଗ ନାଲି, ଅପରାହ୍ନ ସମୟରେ କେଶରିୟା ଏବଂ ସଂନ୍ଧ୍ୟା ସମୟରେ ଏହାର ରଙ୍ଗ ସାବନା ହୋଇଯାଇଥାଏ। ଏହି ମନ୍ଦିର ସବୁଠାରୁ ଅଦ୍ଭୁତ କଥା ହେଉଛି ଏଠାରେ ଥିବା ଶିବଲିଙ୍ଗର ଶେଷ ଭାଗ ପର୍ଯ୍ୟନ୍ତ କେହି ଜଣେ ମଧ୍ୟ ଯାତ୍ରା କରିପାରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.