ଦେଶ ବିଦେଶ

ଆସନ୍ତା କାଲି ଶପଥ ନେବେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌, ଉତ୍ସବକୁ ଆସିବେନି ଟ୍ରମ୍ପ

ନୂଆଦିଲ୍ଲୀ : ଆସନ୍ତା କାଲି ଶପଥ ନେବେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ । ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ନେବେ ଶପଥ। ଶପଥ ଗ୍ରହଣ ଉତ୍ସବ ପାଇଁ କ୍ୟାପିଟଲ ହିଲ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ହୋଇଛି। କ୍ୟାପିଟଲ୍‌ ହିଂସାକୁ ଦୃଷ୍ଟିରେ ରଖି ଓ୍ଵାସିଂଟନ୍‌କୁ ଲକ୍‌ଡାଉନ୍‌ କରାଯାଇଛି ।

ବାଦବିବାଦରେ ସରିଥିଲା ନିର୍ବାଚନ। ବାଇଡେଜ ବାଜି ମାରିବା ପରେ ମଧ୍ୟ ସରିନଥିଲା ଝାମେଲା। କ୍ୟାପିଟଲରେ ହିଂସା ହେଲା। ଆମେରିକା ସଂସଦ ଉପରେ ହେଲା ଆକ୍ରମଣ। ଏବେ ଶେଷରେ ଶପଥ ନେବାକୁ ଯାଉଛନ୍ତି ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ, କ୍ୟାପିଟଲ ହିଲ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଗାଡ଼ିମୋଟର ଚଳାଚଳ ଉପରେ କଟକଣା। କ୍ୟାପିଟଲ୍‌, ହ୍ଵାଇଟ୍‌ ହାଉସ୍‌ ଓ ଅନ୍ୟ ପ୍ରମୁଖ ବିଲ୍‌ଡିଂ ଗୁଡ଼ିକୁ ବ୍ୟାରିକେଡ୍‌ କରାଯାଇଛି।

ଯେ କୌଣସି ଅଘଟଣ ଯୋଜନାକୁ ନିଷ୍ଫଳ କରିବାକୁ ମୁତୟନ ହେବେ ୨୦ ହଜାର ସଶସ୍ତ୍ର ସୁରକ୍ଷାକର୍ମୀ। ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଉତ୍ସବରେ ଉପସ୍ଥିତ ରହିବେ ନାହିଁ । କେବଳ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ । ଯେତିକି ଅତିଥି ଯୋଗ ଦେବେ, ସମସ୍ତଙ୍କ ମୁହଁରେ ମାସ୍କ ରହିବ । ବାଇଡେନ୍‌ଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ଜନ୍‌ ରବର୍ଟସ୍‌ ଓ କମଲା ହାରିସ୍‌ଙ୍କୁ ଶପଥ ପାଠ କରାଇବେ ସୋନିଆ ସୋତୋମାୟର ।

Pritiparna

Recent Posts

ଟି୨୦ ବିଶ୍ୱକପ ୨୦୨୪: ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ISIS ଠାରୁ ମିଳିଥିଲା ଧମକ

ଆଜି ଟି୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ପରସ୍ପର…

15 mins ago

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ଭି କାର୍ତ୍ତିକ ପାଣ୍ଡିଆନ, ଭିଡିଓ ବାର୍ତ୍ତା ଜରିଆରେ କଲେ ଘୋଷଣା

ଭୁବନେଶ୍ବର: ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଅବସର ନେଇଗଲେ । ନିର୍ବାଚନରେ ହାରିଲେ ସେ ରାଜନୀତି ଛାଡ଼ିବେ ବୋଲି କହିଥିଲେ…

17 mins ago

ଦୁଇ ବର୍ଷରୁ କମ୍ ପିଲାଙ୍କୁ ଲେମ୍ବୁ ପାଣି ଦେବା ଉଚିତ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଗ୍ରୀଷ୍ମ ସମୟରେ ସବୁ ଲୋକ ଲେମ୍ବୁ ପାଣି ପିଇବା ପାଇଁ ବହୁତ ପସନ୍ଦ କରନ୍ତି । ଏହା କେବଳ ଶୋଷ…

28 mins ago

ଭୂତଳ ଜଳକୁ ପ୍ରଦୂଷିତ କରୁଛି ଡମ୍ପିଂ ୟାର୍ଡ଼, ଅସ୍ୱାସ୍ଥ୍ୟକର ପରିବେଶରେ ନିଶ୍ୱାସ ନେଇ ପାରୁନାହାଁନ୍ତି ଲୋକେ

ପୁରୀ: କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଯୋଗୁଁ ଭୂତଳ ଜଳ ପ୍ରଦୂଷିତ ହୋଇଛି । ପୁରୀ ବଳିଆପଣ୍ଡାଠାରେ ଏକ ବିଶାଳ…

32 mins ago

ହସ୍ପିଟାଲରୁ ନବଜାତକ ଚୋରି ଅଭିଯୋଗ, ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ହସ୍ପିଟାଲ ମାଆ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଜି ସକାଳେ ପୁଣି ଏକ ନବଜାତକ…

33 mins ago

ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ, ଗୋଟିଏ ରନୱେରେ ଦୁଇଟି ବିମାନ : ଭିଡିଓ ଭାଇରଲ

ଅଳ୍ପକେ ବର୍ତ୍ତିଲା ବଡ ବିମାନ ଦୁର୍ଘଟଣା । ବଞ୍ଚିଗଲେ ଅନେକ ଯାତ୍ରୀ । ନଚେତ କିଛି ସେକେଣ୍ଡରେ ଚାଲିଯାଇଥାନ୍ତା ଅନେକ…

41 mins ago