Below header

ଆସନ୍ତା କାଲି ଶପଥ ନେବେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌, ଉତ୍ସବକୁ ଆସିବେନି ଟ୍ରମ୍ପ

ନୂଆଦିଲ୍ଲୀ : ଆସନ୍ତା କାଲି ଶପଥ ନେବେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ । ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ନେବେ ଶପଥ। ଶପଥ ଗ୍ରହଣ ଉତ୍ସବ ପାଇଁ କ୍ୟାପିଟଲ ହିଲ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ହୋଇଛି। କ୍ୟାପିଟଲ୍‌ ହିଂସାକୁ ଦୃଷ୍ଟିରେ ରଖି ଓ୍ଵାସିଂଟନ୍‌କୁ ଲକ୍‌ଡାଉନ୍‌ କରାଯାଇଛି ।

bidenବାଦବିବାଦରେ ସରିଥିଲା ନିର୍ବାଚନ। ବାଇଡେଜ ବାଜି ମାରିବା ପରେ ମଧ୍ୟ ସରିନଥିଲା ଝାମେଲା। କ୍ୟାପିଟଲରେ ହିଂସା ହେଲା। ଆମେରିକା ସଂସଦ ଉପରେ ହେଲା ଆକ୍ରମଣ। ଏବେ ଶେଷରେ ଶପଥ ନେବାକୁ ଯାଉଛନ୍ତି ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ, କ୍ୟାପିଟଲ ହିଲ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଗାଡ଼ିମୋଟର ଚଳାଚଳ ଉପରେ କଟକଣା। କ୍ୟାପିଟଲ୍‌, ହ୍ଵାଇଟ୍‌ ହାଉସ୍‌ ଓ ଅନ୍ୟ ପ୍ରମୁଖ ବିଲ୍‌ଡିଂ ଗୁଡ଼ିକୁ ବ୍ୟାରିକେଡ୍‌ କରାଯାଇଛି।

harisଯେ କୌଣସି ଅଘଟଣ ଯୋଜନାକୁ ନିଷ୍ଫଳ କରିବାକୁ ମୁତୟନ ହେବେ ୨୦ ହଜାର ସଶସ୍ତ୍ର ସୁରକ୍ଷାକର୍ମୀ। ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଉତ୍ସବରେ ଉପସ୍ଥିତ ରହିବେ ନାହିଁ । କେବଳ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ । ଯେତିକି ଅତିଥି ଯୋଗ ଦେବେ, ସମସ୍ତଙ୍କ ମୁହଁରେ ମାସ୍କ ରହିବ । ବାଇଡେନ୍‌ଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ଜନ୍‌ ରବର୍ଟସ୍‌ ଓ କମଲା ହାରିସ୍‌ଙ୍କୁ ଶପଥ ପାଠ କରାଇବେ ସୋନିଆ ସୋତୋମାୟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.