ହ୍ଵାଟସଆପ୍ ସିଇଓଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର, ନୂଆ ପଲିସିକୁ କେନ୍ଦ୍ରର ରୋକ୍‌

ହ୍ଵାଟସଆପ୍ ସିଇଓଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ହ୍ୱାଟ୍ସଆପର ନୂଆ ପଲିସିକୁ ବିରୋଧ କରି ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ହ୍ୱାଟ୍ସ ଆପ୍ର ସିଇଓଙ୍କୁ ଚିଠି ଲେଖିଛନ୍ତି । ପ୍ରାଇଭେସୀ ପଲିସି ଲାଗୁ ନକରିବା ପାଇଁ କେନ୍ଦ୍ର ସରକାର ଚିଠିରେ ଲେଖିଛନ୍ତି । ପ୍ରାଇଭେସି ପଲିସି ଲାଗୁ ପାଇଁ ଘୋଷଣା କରିବା ପରଠୁ କଂପାନୀ ସମାଲୋଚନାର ଶିକାର ହେଉଛି ।

ସରକାର ହ୍ୱାଟ୍ସଆପରେ ଡାଟା ପ୍ରାଇଭେସି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪ଟି ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ଏଥିରେ ପଚରା ଯାଇଛି ଯେ, ଭାରତୀୟ ବ୍ୟବହାରକାରୀଙ୍କର ତଥ୍ୟ କେଉଁ ଆଧାରରେ ସାର୍ବଜନୀନ ହେଉଛି ଏହାର ସବିଶେଷ ବିବରଣୀ ଦିଆଯାଉ । ହ୍ୱାଟ୍ସଆପ୍କୁ ବ୍ୟବହାର କରିବା ପାଇଁ ଜରୁରୀ ଅନୁମତି ଏବଂ ସହମତି ବିଷୟରେ ବିବରଣୀ ଦିଆଯାଉ। ଅନ୍ୟ ଦେଶ ଏବଂ ଭାରତ ମଧ୍ୟରେ ହ୍ୱାଟ୍ସଆପ୍ ର ପ୍ରଇଭେସିକୁ ନେଇ କେଉଁ କେଉଁ ନୀତି ରହିଛି ସେ ବିଷୟରେ କମ୍ପାନୀ ତଥ୍ୟ ଦେଉ ବୋଲି ଏଥିରେ ପ୍ରଶ୍ନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.