Below header

ସୂର୍ଯ୍ୟ ପୂଜା ପାଇଁ ଖାସ୍‌ ହୋଇଥାଏ ପୌଷ ମାସ, ଏହି ମାସରେ ପୂଜା କଲେ ମିଳେ ସୂର୍ଯ୍ୟଦେବଙ୍କ କୃପା

ପଞ୍ଚାଙ୍ଗ ଅନୁଯାୟୀ ଏବେ ଚାଲିଛି ପୌଷ ମାସ । ଆସନ୍ତା ଜାନୁଆରୀ ଯାଏ ପୌଷ ମାସ ରହିବ । ମାସ ଚକ୍ରରେ ପୌଷ ମାସକୁ ଦଶମ ମାସ କୁହାଯାଇଥାଏ । ପ୍ରତି ମାସରେ କୌଣସି ଦେବା ଦେବୀଙ୍କର ଖାସ୍‌ ପୂଜା କରାଯାଇଥାଏ । ପୌଷ ମାସରେ ସୂଯ୍ୟଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଥାଏ । କାରଣ ଏହି ମାସରେ ଅଧିକ ଥଣ୍ଡା ପଡ଼ିଥାଏ । ଆମ ଜୀବନରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତ୍ୱ ରହିଛି । ପୌଷ ମାସରେ ସୂର୍ଯ୍ୟ ଦେବଙ୍କ ପୂଜାର ଫଳ ଦୁଇଗୁଣା ମିଳିଥାଏ ।

sun
photo credit: punjabkesari.in

ମାନ୍ୟତା ଅନୁସାରେ ପୌଷ ମାସରେ ସୂର୍ଯ୍ୟ ଦେବଙ୍କ ପୂଜା ତାଙ୍କର ଭଗ ନାମରେ କରାଯିବା ଉଚିତ୍‌ । ପୌଷ ମାସରେ ଭଗ ନାମ ସୂର୍ଯ୍ୟଙ୍କୁ ଇଶ୍ୱରଙ୍କ ହିଁ ସ୍ୱରୁପ ମନାଯାଏ । ଏହି ମାସରେ ପ୍ରତ୍ୟକ ରବିବାର ବ୍ରତ କରାଯିବା ଉଚିତ୍‌ । ଏହି ମାସରେ ସୂର୍ଯଙ୍କୁ ରାଶି ଓ ଚାଉଳର ଖେଚୁଡ଼ି ଭୋଗ ଲଗାଇବା ଦ୍ୱାରା ମନୁଷ୍ୟ ତେଜସ୍ୱୀ ହୋଇଥାଏ । ଆସନ୍ତୁ ଜାଣିବା ଏହି ମାସର ମହତ୍ତ୍ୱ ବିଷୟରେ …

sun god
photo credit: punjabkesari.in

ବର୍ଷକ ଭିତରେ ଏହି ମାସରେ ଅଧିକ ଥଣ୍ଡା ହୋଇଥାଏ । ଅଧିକ ଥଣ୍ଡା ଯୋଗୁ ମନୁଷ୍ୟ ଶରୀରର ଚର୍ମ ସମ୍ବନ୍ଧୀୟ ଅସୁବିଧା ବଢ଼ିଥାଏ । ତେଣୁ ସକାଳୁ ସୂର୍ଯ୍ୟଙ୍କୁ ଉପାସନା କରି ଜଳ ଅର୍ପଣ କଲେ ଶରୀରରେ ସୂର୍ଯ୍ୟଙ୍କ ରଶ୍ମି ପଡ଼ିବା ଦ୍ୱାରା ବିଭିନ୍ନ ଚର୍ମ ରୋଗ ଭଲ ହୋଇଥାଏ । ସୂର୍ଯ୍ୟଙ୍କ କିରଣ ଚର୍ମରେ ପଡ଼ିବା ଦ୍ୱାରା ଶରୀରକୁ ଭିଟାମିନ ଡି ପ୍ରବେଶ କରିଥାଏ । ଏହା ସହ ଆଖିର ପାଓ୍ଵାର ମଧ୍ୟ ବଢ଼ିଥାଏ ।

sun god
photo credit: punjabkesari.in

ବୈଦିକ ସମୟରୁ ଭାରତରେ ସୂର୍ଯ୍ୟ ପୂଜା ପ୍ରଚଳନ ହୋଇଆସୁଛି । ପ୍ରଥମେ ଏହି ସାଧନା ମନ୍ତ୍ର ବଳରେ କରାଯାଉଥିଲା । ପରେ ସୂର୍ଯ୍ୟ ଦେବଙ୍କର ମୂର୍ତ୍ତି ପୂଜା ଆରମ୍ଭ ହେଲା । ଯେଉଁଥିପାଇଁ ଏବେ ଭାରତର ବିଭିନ୍ନ ସ୍ଥାନରେ ସୂର୍ଯ୍ୟ ଦେବଙ୍କର ଭବ୍ୟ ମନ୍ଦିର ଥିବା ଦେଖାଯାଉଛି । ସେଥିମଧ୍ୟରୁ କୋଣାର୍କ, ମାର୍ତଣ୍ଡ ଏବଂ ମୋଢ଼େରା ଆଦି ଅନ୍ୟତମ ।

ସୂର୍ଯ୍ୟଦେବଙ୍କ ପୂଜା ପାଇଁ ପ୍ରାତଃ କାଳରୁ ଉଠି ସ୍ନାନ ସାରି ଉଦିତ ସୂର୍ଯ୍ୟଙ୍କୁ ‘ଓଁ ଘୃଣି ସୂର୍ଯ୍ୟାୟ ନମଃ’ କହି ଜଳ ଅର୍ପଣ କରନ୍ତୁ । ଜଳରେ ଲାଲ୍‌ ଫୁଲ ମିଶାଇ ଅର୍ପଣ କଲେ ଲାଭ ମିଳିଥାଏ । ଜଳ ଦେବା ପରେ ଲାଲ୍‌ ଆସନରେ ପୂର୍ବ ଦିଗକୁ ବସି ଅତି କମରେ ୧୦୮ ଥର ସୂର୍ଯ୍ୟଙ୍କ ନାମ ନେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.