୬ ମାସ ପୂର୍ବରୁ ବିବାହ କରି ଆସିଥିଲେ ବୋହୂ, ଦାବି ଯୈାତୁକ ପୂରଣ ନହେବାରୁ ଧର୍ଷଣ କଲେ ଶ୍ୱଶୁର

ଲକ୍ଷ୍ନୌ : ଯୌନ ନିଶା ଯେତେବେଳେ ଚଢ଼େ ସେତେବେଳେ ସମସ୍ତ ସମ୍ପର୍କର ସମାପ୍ତି ଘଟିଥାଏ । ଦୟା, ଧର୍ମ ଓ ମାନବିକତା ସମାଧି ନେଇଥାଏ ଏହି କୁତ୍ସିତ ନିଶା ପାଖରେ । ଉତ୍ତରପ୍ରଦେଶର ରାମପୁରରେ ଘଟିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା । ଜଣେ ନବବିବାହିତା ବୋହୂକୁ ନିଜର ଶ୍ୱଶୁର ଯୈାତୁକ ନଆଣିଥିବା ଯୋଗୁ ବହୁବାର ଧର୍ଷଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସମ୍ପର୍କରେ ଯେତେବେଳେ ବୋହୂ ଜଣକ ନିଜର ସ୍ୱାମୀକୁ କହିଲେ ଶ୍ୱଶୁର ଘର ଲୋକେ ବୋହୂକୁ ଘରୁ କାଢ଼ିଦେଇଥବା ଅଭିଯୋଗ ହୋଇଛି ।

ସୂଚନାନୁଯାୟୀ, ରାମପୁର ଦୈତନଗର ଥାନା ଅଞ୍ଚଳରେ ଏହି ବିବାହିତ ବୋହୂ ନିଜ ଶ୍ୱଶୁର ନାମରେ ଧର୍ଷଣ ଓ ଶ୍ୱଶୁର ଘର ଲୋକଙ୍କ ନାମରେ ଯୌତୁକ ଦାବି ନେଇ ଅଭିଯୋଗ କରିଛନ୍ତି । ଅଜିମନଗର ଥାନା ଅଞ୍ଚଳର ଏହି ଯୁବତୀଜଣକ ଗତ ୬ ମାସ ତଳେ ଶାହଜାଦ ନଗର ଥାନା ଅଞ୍ଚଳରେ ବିବାହ କରିଥିଲେ ।

ବିବାହର କିଛି ଦିନ ପରେ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ବୋହୂ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ । ବୋହୂର ବାପ ଘର ଲୋକେ ଯେତେବେଳେ ଯୌତୁକ ଦାବି ପୂରଣ କରିପାରିଲେ ନାହିଁ ଶ୍ୱଶୁର ଯୌତୁକ ବଦଳରେ ବୋହୂକୁ ଧର୍ଷଣ କରିବା ଆରମ୍ଭ କରିଦେଲେ । ବୋହୂ ଏ ସମ୍ପର୍କରେ ନିଜର ପତିକୁ କହିବାରୁ ଫଳ ଓଲଟା ହୋଇଥିଲା ।

ଶ୍ୱଶୁର ଘର ଲୋକେ ମିଶି ବୋହୂକୁ ଘରୁ କାଢ଼ି ଦେଇଥିଲେ । ବୋହୂ ଘର ଲୋକେ ଏ ସମ୍ପର୍କରେ ଜାଣିବା ପରେ ପୋଲିସରେ ଅଭଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ, ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ତନାଘନା ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.