ଦେଶ ବିଦେଶ

ଭାରତୀୟ ସେନା ବାହିନୀରେ କଳିଙ୍ଗ ରେଜିମେଣ୍ଟ ଗଠନ ପାଇଁ ଦାବି, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଭାରତୀୟ ସେନା ବାହିନୀରେ କଳିଙ୍ଗ ରେଜିମେଣ୍ଟ ନାମରେ ଏକ ରେଜିମେଣ୍ଟ ଗଠନ କରିବାକୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟରେ ଦାବି କରିଛନ୍ତି । ସାଂସଦ ଡ. ସାମନ୍ତ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କଳିଙ୍ଗ ରେଜିମେଣ୍ଟ ଗଠନ ନେଇ ଓଡ଼ିଶା ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି ବୋଲି ଡ. ସାମନ୍ତ ମନ୍ତ୍ରୀଙ୍କୁ କହିଥିଲେ । ଭାରତୀୟ ସେନା ବାହିନୀରେ ଯେପରି ପଞ୍ଜାବ, ଆସାମ, ଜାଠ, ଅରୁଣାଚଳ ସ୍କାଉଟ, ଜାମ୍ମୁ ଓ କାଶ୍ମୀର ଲାଇଟ ଇନପାଣ୍ଟ୍ରି, ଘରୱାଲ ରାଇଫଲ୍‌ସ, ମାଡ୍ରାସ, ସିକିମ, ମରାଠା, ରାଜପୁତ ଆଦି ଲାଇଟ ଇନଫ୍ରାଣ୍ଟ୍ରି ରହିଛି । ସେହିପରି ଓଡ଼ିଶାର ଅନ୍ୟନାମ କଳିଙ୍ଗ ନାମାନୁସାରେ କଳିଙ୍ଗ ରେଜିଲେଣ୍ଟ ଗଠନ କରିବାକୁ ଓଡ଼ିଶାବାସୀ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ଏହାଛଡ଼ା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାରେ ବୀର ପାଇକମାନଙ୍କ ଅବଦାନ ଅତୁଳନୀୟ ଏବଂ ସେମାନଙ୍କ ସମ୍ମାନାର୍ଥେ କଳିଙ୍ଗ ରେଜିମେଣ୍ଟ ଗଠନ କରିବାକୁ ପଦକ୍ଷେପ ନେବାକୁ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

କଳିଙ୍ଗ ରେଜିମେଣ୍ଟ ଗଠନ ହେଲେ ଭାରତୀୟ ସେନାରେ ଓଡ଼ିଆ ବୀରମାନେ ଅଧିକ ମାତ୍ରାରେ ଦେଶ ସେବା କରିବାର ସୁଯୋଗ ପାଇବେ ବୋଲି ଡ. ସାମନ୍ତ କହିଥିଲେ । ଗତବର୍ଷ ଡିସେମ୍ବର ୨ ତାରିଖରେ ଡ. ସାମନ୍ତ କଳିଙ୍ଗ ରେଜିମେଣ୍ଟ ଗଠନ ନେଇ ଲୋକସଭାରେ ଦାବି ଉପସ୍ଥାପନ କରିଥିଲେ । ସେହିପରି କନ୍ଧମାଳରେ ଏକ ସୈନିକ ସ୍କୁଲ ସ୍ଥାପନ କରିବାକୁ ଡ. ସାମନ୍ତ ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏ ନେଇ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଡ. ସାମନ୍ତ କହିଲେ, କନ୍ଧମାଳକୁ ଭୁବନେଶ୍ୱର ଦେଇ ଭାରତର ସମସ୍ତ ଅଞ୍ଚଳ ସହ ରେଳ ଓ ବିମାନ ଯୋଗାଯୋଗ ସୁବିଧା ରହିଛି । ତେଣୁ ଏଠାରେ ସୈନିକ ସ୍କୁଲ କିମ୍ବା ଆର୍ମି ପବ୍ଲିକ ସ୍କୁଲ ପ୍ରତିଷ୍ଠା ହେଲେ ଭାରତର ଯେକୌଣସି ଅଞ୍ଚଳର ପିଲାମାନେ ଆସି ପାଠ ପଢ଼ିପାରିବେ ।

ଏହାବ୍ୟତୀତ କନ୍ଧମାଳ ଏକ ଜନଜାତି ଅଧ୍ୟୁଷିତ ଜିଲ୍ଲା ହୋଇଥିବା ଏବେ ଏହା ଏକ ମାଓ ପ୍ରବଣ ଅଞ୍ଚଳ । ଏଠାରେ ସୈନିକ ସ୍କୁଲ କିମ୍ବା ଆର୍ମୀ ପବ୍ଲିକ ସ୍କୁଲ ପ୍ରତିଷ୍ଠା ହେଲେ ଅନେକ ଜନଜାତି ପ୍ରତିଭାବନ ଛାତ୍ରଛାତ୍ରୀ ଉପକୃତ ହୋଇପାରବା ସହ ଏହା ମାଓବାଦୀଙ୍କ ମନୋବଳକୁ ଦୁର୍ବଳ କରିବାରେ ସହାୟକ ହେବ । ଏନେଇ ରାଜ୍ୟ ସରକାରଙ୍କ ଠାରୁ ଆନୁଷ୍ଠାନିକ ପ୍ରସ୍ତାବ ଆସିଲେ ଏହା ଉପରେ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ, ଡ. ସାମନ୍ତଙ୍କୁ କହିଥିଲେ ।

KNews Bureau

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

2 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

17 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

34 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

47 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

56 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

59 mins ago