କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି , ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ୨ ସ୍ୱାଧୀନ ବିଧାୟକ

କର୍ଣ୍ଣାଟକ(କେନ୍ୟୁଜ୍) : କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା। ଅପ୍ରତ୍ୟାଶିତ ଭାବେ କୁମାରସ୍ୱାମୀ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି ଦୁଇ ସ୍ୱାଧୀନ ବିଧାୟକ। ଫଳରେ କୁମାରସ୍ୱାମୀ ସରକାର ପାଇଁ ଘନେଇଛି ସଙ୍କଟ । ପ୍ରଥମେ କଂଗ୍ରେସର ବିଧାୟକଙ୍କୁ ଗୁପ୍ତରେ ନେଇ ହୋଟେଲରେ ରଖିବା ଅଭିଯୋଗ ଆସିବା ପରେ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି ବର୍ତ୍ତମାନ ୨ ସ୍ୱାଧୀନ ବିଧାୟକ। ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର ନେଇ ସ୍ୱାଧୀନ ବିଧାୟକ ଏଚ୍‌. ନାଗେଶ ଓ ଆର୍‌. ଶଙ୍କର ପତ୍ର ଲେଖି ରାଜ୍ୟପାଳଙ୍କୁ ଜଣାଇଛନ୍ତି। ସେପଟେ ସରକାର ଗଠନ ପାଇଁ ତାଙ୍କ ପାଖରେ ୧୨୦ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ।

ଅଭିଯୋଗ କରିଛନ୍ତି, ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି। ୬ରୁ ୮ ଜଣ କଂଗ୍ରେସ ବିଧାୟକଙ୍କୁ ବିଜେପି ନିଜ ଶିବିରକୁ ନେବାକୁ ଉଦ୍ୟମ କରୁଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ଡି. ଶିବକୁମାର। ସେପଟେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ବି.ଏସ ୟେଦିୟୁରପ୍ପା। ଏହାସହ ମେଣ୍ଟ ସରକାର ବିଜେପିର କିଛି ବିଧାୟକଙ୍କୁ ଆର୍ଥିକ ପ୍ରଲୋଭନ ଦ୍ୱାରା ନିଜ ଆଡ଼କୁ ନେବାକୁ ପ୍ରୟାସ କରୁଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୦୪ ଜଣ ବିଧାୟକ ରହିଛନ୍ତି। କଂଗ୍ରେସର ୭୯ ଜଣ ଓ ଜେଡିଏସର ୩୭ଜଣ ବିଧାୟକ ରହିଛନ୍ତି । ବହୁମତ ପାଇଁ ୧୧୩ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

KNews Bureau

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 min ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

17 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

23 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

36 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago