Below header

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି , ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ୨ ସ୍ୱାଧୀନ ବିଧାୟକ

କର୍ଣ୍ଣାଟକ(କେନ୍ୟୁଜ୍) : କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା। ଅପ୍ରତ୍ୟାଶିତ ଭାବେ କୁମାରସ୍ୱାମୀ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି ଦୁଇ ସ୍ୱାଧୀନ ବିଧାୟକ। ଫଳରେ କୁମାରସ୍ୱାମୀ ସରକାର ପାଇଁ ଘନେଇଛି ସଙ୍କଟ । ପ୍ରଥମେ କଂଗ୍ରେସର ବିଧାୟକଙ୍କୁ ଗୁପ୍ତରେ ନେଇ ହୋଟେଲରେ ରଖିବା ଅଭିଯୋଗ ଆସିବା ପରେ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି ବର୍ତ୍ତମାନ ୨ ସ୍ୱାଧୀନ ବିଧାୟକ। ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର ନେଇ ସ୍ୱାଧୀନ ବିଧାୟକ ଏଚ୍‌. ନାଗେଶ ଓ ଆର୍‌. ଶଙ୍କର ପତ୍ର ଲେଖି ରାଜ୍ୟପାଳଙ୍କୁ ଜଣାଇଛନ୍ତି। ସେପଟେ ସରକାର ଗଠନ ପାଇଁ ତାଙ୍କ ପାଖରେ ୧୨୦ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ।

kkଅଭିଯୋଗ କରିଛନ୍ତି, ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି। ୬ରୁ ୮ ଜଣ କଂଗ୍ରେସ ବିଧାୟକଙ୍କୁ ବିଜେପି ନିଜ ଶିବିରକୁ ନେବାକୁ ଉଦ୍ୟମ କରୁଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ଡି. ଶିବକୁମାର। ସେପଟେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ବି.ଏସ ୟେଦିୟୁରପ୍ପା। ଏହାସହ ମେଣ୍ଟ ସରକାର ବିଜେପିର କିଛି ବିଧାୟକଙ୍କୁ ଆର୍ଥିକ ପ୍ରଲୋଭନ ଦ୍ୱାରା ନିଜ ଆଡ଼କୁ ନେବାକୁ ପ୍ରୟାସ କରୁଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୦୪ ଜଣ ବିଧାୟକ ରହିଛନ୍ତି। କଂଗ୍ରେସର ୭୯ ଜଣ ଓ ଜେଡିଏସର ୩୭ଜଣ ବିଧାୟକ ରହିଛନ୍ତି । ବହୁମତ ପାଇଁ ୧୧୩ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.