ଗଡ଼ିଲା ମିଶନ ଶକ୍ତି ରଥ , ଗାଁ ଗାଁ ବୁଲି ଲୋକଙ୍କୁ ଶୁଣାଇବ ମିଶନ ଶକ୍ତିର ସଫଳ କାହାଣୀ

ଭୁବନେଶ୍ବର(କେନ୍ୟୁଜ୍) : ଗଡ଼ିଲା ମିଶନ ଶକ୍ତି ରଥ । ମିଶନ ଶକ୍ତି ସଫଳ କାହାଣୀର କଥା କହିବ ମିଶନ ଶକ୍ତି ରଥ। ପ୍ରଥମ ପର‌୍ୟ୍ୟାୟରେ ୬୦ଟି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୧୧୮ଟି ରଥ ସମସ୍ତ ପଞ୍ଚାୟତ ଓ ସହରରେ ବୁଲି ମହିଳାଙ୍କ ପାଇଁ ଯୋଜନା ଥିବା ସୁବିଧା ସଂପର୍କରେ ଅବଗତ କରିବ।

ଏଲଇଡି ସଂଲଗ୍ନ ଗାଡ଼ି ସରକାରଙ୍କ ବିଭିନ୍ନ କାର‌୍ୟ୍ୟକ୍ରମର କାହାଣୀ ଲୋକଙ୍କୁ ଶୁଣାଇବ। ଏହି ଗାଡ଼ିରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା, ଅଡିଓଭିଡିଓ କାହାଣୀ ଓ ଗୋଷ୍ଠୀ ନେତ୍ରୀମାନଙ୍କର ବାର୍ତ୍ତା ପ୍ରସାରଣ ହେବ।

Leave A Reply

Your email address will not be published.