ଚାନ୍ଦବାଲିର କାଣ୍ଡଗରଡ଼ି ଗାଁରେ ଫାଟୁଆ ରୋଗ ଆତଙ୍କ , ୧୫ ଦିନରେ ମଲେଣି ୨୫ ଗୋରୁ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ଜିଲ୍ଲା ଚାନ୍ଦବାଲିର କାଣ୍ଡଗରଡ଼ି ଗାଁରେ ଫାଟୁଆ ରୋଗ ଆତଙ୍କ । ଏଥିରେ ୧୫ ଦିନ ଭିତରେ ୨୦ରୁ ୨୫ଟି ଗୋରୁ ମରିଥିବା ଅଭିଯୋଗ ହୋଇଛି । ବହୁ ଗୋରୁଗାଈ ଫାଟୁଆ ରୋଗରେ ଆକ୍ରାନ୍ତ ଅଛନ୍ତି । ହେଲେ ଏଯାଏ ଗାଁରେ ପଶୁ ଡାକ୍ତରୀ ଟିମ ପହଞ୍ଚି ନାହାନ୍ତି । ଅଭିଯୋଗ ଅନୁଯାୟୀ, ୧୫ ଦିନ ହେଲା କାଣ୍ଡଗରଡ଼ି ଗାଁରେ ଫାଟୁଆ ରୋଗ ବ୍ୟାପୁଛି । କିଛି ଦିନ ତଳେ ଗାଁରେ ଫାଟୁଆ ରୋଗ ନହେବା ପାଇଁ ଗୋରୁମାନଙ୍କୁ ଇଂଜେକ୍ସନ ଦିଆଯାଇଥିଲା । ଏହାପରେ ମଧ୍ୟ ରୋଗ ବ୍ୟାପୁଥିବା ଗାଁ ଲୋକେ କହିଛନ୍ତି ।

Leave A Reply

Your email address will not be published.