ସରକାରୀ ସ୍କୁଲର ଚଟାଣରେ କପଡା ବିଛାଇ ଶୋଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି ?

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ‘Village stay programme’ (ଗ୍ରାମ ପ୍ରବାସ କାର‌୍ୟ୍ୟକ୍ରମ) ପାଇଁ ଗାଁ ଗୁଡିକ ବୁଲି ଦେଖୁଥିଲେ। ଏହି କ୍ରମରେ ଶୁକ୍ରବାର ଦିନ ସେ କଲବୁର୍ଗୀ ଜିଲ୍ଲାର ଅଫଜଲପୁର ତାଲୁକର ହେରୁର ଗ୍ରାମରେ ପହଁଚିଥିଲେ।

କିନ୍ତୁ ପ୍ରବଳ ବର୍ଷା କାରଣରୁ ତାଙ୍କର କାର୍ଯ୍ୟକ୍ରମକୁ ସ୍ଥଗିତ କରିବାକୁ ପଡିଥିଲା। ଏମିତିରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ୟାଦଗୀରର ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ରହିବାକୁ ପଡିଲା। ସେଠାରେ ସେ ଏକ କୋଠରୀର ଚଟାଣରେ ଶୋଇଥିବାର ନଜର ଆସିଥିଲେ।

ଏହାପୂର୍ବରୁ କୁମାରସ୍ବାମୀ କହିଥିଲେ ସେ ପିଲାଙ୍କୁ ସାହାଯ୍ୟ କରିବେ। ସେ ଏହା ମଧ୍ୟ କହିଥିଲେ ଯେ ସେ ଏକ ସାଧାରଣ ବସରେ ଆସିଛନ୍ତି ନା କୌଣସି ଭୋଲବୋ ବସରେ। ଏକ ପ୍ରଶ୍ନର ଉତ୍ତରରେ ସେ ଜଣାଇଥିଲେ ଯେ ତାଙ୍କର ଭାଜପା ଠାରୁ କିଛି ମଧ୍ୟ ଶିକ୍ଷା କରିବାର ଆବଶ୍ୟକ ନାହିଁ। ସେ ଝାଟିମାଟି ଘର ଠୁ ନେଇ ପଞ୍ଚ ତାରକା ହୋଟେଲରେ ମଧ୍ୟ ଶୋଇଛନ୍ତି।

କୁମାରସ୍ବାମୀ ଜଣାଇଥିଲେ ଯେ ତାଙ୍କ ବାପା ପ୍ରଧାନମନ୍ତ୍ରୀ ଥିବାବେଳେ ସେ ରୁସର ଗ୍ରାଣ୍ଡ କ୍ରେମାଲିନ ପ୍ୟାଲେସରେ ଶୋଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ଜୀବନରେ ସବୁକିଛି ଦେଖଛି। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ଏହି ଶୋଇଥିବାବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Pritiparna

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

19 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

25 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago