ଦେଶ ବିଦେଶ

କେରଳ ଇଡୁକି ଜିଲ୍ଲା ରାଜମାଲା ଭୂସ୍ଖଳନ ଘଟଣା, ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି

କେରଳ : କେରଳ ଇଡୁକି ଜିଲ୍ଲା ରାଜମାଲା ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ଇଡୁକି ଜିଲ୍ଲାରେ ରାତି ତମାମ ବର୍ଷା ଲାଗି ରହିବା ପରେ ଅତଡ଼ା ଧସି ୧୭ ଜଣଙ୍କ ଜୀବନ ଯାଇଛି । ଏବେବି କିଛି ଲୋକ ମାଟି ଗଦା ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି। ଲଗାଣ ବର୍ଷାରେ ଓ୍ଵାଏନାଡନାଡ ଜିଲ୍ଲାର ପାନାମାରମ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

କନ୍ନୁର, ମଲାପୁରମ, ଏର୍ଣ୍ଣାକୁଲମ୍‌, କୋଝିକୋଡରେ ବର୍ଷାର ପରିମାଣ ବଢ଼ିବା ସହ ନଦୀସ୍ତର ମଧ୍ୟ ବଢ଼ୁଛି । ଇଡୁକି, ତ୍ରିସୁର, ଓ୍ଵାଏନାଡ ଓ ପାଲାକାଡ ଜିଲ୍ଲାକୁ ଆଜି ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ସେହିପରି ଅଗଷ୍ଟ ୯ ତାରିଖ ପରେ ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ଅଗ୍ନିଶମ ବାହିନୀ ସହ ଏନଡିଆରଏଫ ଓ ଏସଡିଆରଏଫ ଟିମ୍‌ ନିୟୋଜିତ ହୋଇଛନ୍ତି ।

ଗତବର୍ଷ କେରଳରେ ବନ୍ୟାର କରାଳ ରୂପରେ ୯୦୦ ଜଣ ପ୍ରାଣ ହରାଇଥିଲେ । ୨୦୧୮ ଓ ୨୦୧୯ ଭଳି କେରଳରେ ଚଳିତବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ୩ ଦିନ ବର୍ଷା ଥିବାରୁ ପରିସ୍ଥିତି ଗମ୍ଭୀର ହେବାର ଆଶଂକା ରହିଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର।

Sonalisa

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

21 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

23 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

45 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

49 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago