କେରଳ ଇଡୁକି ଜିଲ୍ଲା ରାଜମାଲା ଭୂସ୍ଖଳନ ଘଟଣା, ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି

କେରଳ : କେରଳ ଇଡୁକି ଜିଲ୍ଲା ରାଜମାଲା ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ଇଡୁକି ଜିଲ୍ଲାରେ ରାତି ତମାମ ବର୍ଷା ଲାଗି ରହିବା ପରେ ଅତଡ଼ା ଧସି ୧୭ ଜଣଙ୍କ ଜୀବନ ଯାଇଛି । ଏବେବି କିଛି ଲୋକ ମାଟି ଗଦା ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି। ଲଗାଣ ବର୍ଷାରେ ଓ୍ଵାଏନାଡନାଡ ଜିଲ୍ଲାର ପାନାମାରମ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

କନ୍ନୁର, ମଲାପୁରମ, ଏର୍ଣ୍ଣାକୁଲମ୍‌, କୋଝିକୋଡରେ ବର୍ଷାର ପରିମାଣ ବଢ଼ିବା ସହ ନଦୀସ୍ତର ମଧ୍ୟ ବଢ଼ୁଛି । ଇଡୁକି, ତ୍ରିସୁର, ଓ୍ଵାଏନାଡ ଓ ପାଲାକାଡ ଜିଲ୍ଲାକୁ ଆଜି ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ସେହିପରି ଅଗଷ୍ଟ ୯ ତାରିଖ ପରେ ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ଅଗ୍ନିଶମ ବାହିନୀ ସହ ଏନଡିଆରଏଫ ଓ ଏସଡିଆରଏଫ ଟିମ୍‌ ନିୟୋଜିତ ହୋଇଛନ୍ତି ।

kerala-landslideଗତବର୍ଷ କେରଳରେ ବନ୍ୟାର କରାଳ ରୂପରେ ୯୦୦ ଜଣ ପ୍ରାଣ ହରାଇଥିଲେ । ୨୦୧୮ ଓ ୨୦୧୯ ଭଳି କେରଳରେ ଚଳିତବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ୩ ଦିନ ବର୍ଷା ଥିବାରୁ ପରିସ୍ଥିତି ଗମ୍ଭୀର ହେବାର ଆଶଂକା ରହିଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.