Below header

ମୃଦୁ ଭୂକମ୍ପରେ ଥରିଲା ଗଞ୍ଜାମ ଓ ଗଜପତି ଜିଲ୍ଲା, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୯

ଗଞ୍ଜାମ/ଗଜପତି: ମୃଦୁ ଭୂକମ୍ପରେ ଥରିଲା ଗଞ୍ଜାମ-ଗଜପତି। ଦୁଇ ଜିଲ୍ଲାରେ ଆଜି ସକାଳୁ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା। ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଗଜପତି ଜିଲ୍ଲାର ମୋହନାରେ ଭୂକମ୍ପ ଝଟକା ଦେଖାଦେଇଛି। ଭୂମିକମ୍ପ ହେବା ପରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଫଳରେ ଘରୁ ବାହାରକୁ ବାହାରି ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.