Below header

ଲଗାଣ ବର୍ଷାରେ ମୁମ୍ୱାଇବାସୀ ବେହାଲ୍‍, ହଜିଛି ସାଧାରଣ ଲୋକଙ୍କ ସହ ପ୍ରଶାସନର ନିଦ

କେନ୍ଯୁଜ୍: ପ୍ରତିବର୍ଷ ଲଗାଣ ବର୍ଷାରେ ମାୟାନଗରୀ ମୁମ୍ୱାଇ ପାଣିରେ ଉବୁଟୁବୁ ହେବା ସାଧାରଣ କଥା । ହେଲେ ଏହି ସମସ୍ୟାର ଯେମିତି ଅନ୍ତ ହିଁ ଘଟୁନି । ବରଂ ବର୍ଷ ପରେ ବର୍ଷ ଏହି ସମସ୍ୟା ଆହୁରି ଗମ୍ଭୀର ହେବାରେ ଲାଗିଛି । ପ୍ରତିବର୍ଷ ପରି ଏ ବର୍ଷ ବି ମନ୍‍ସୁନ୍ ଆସିବା ପରେ ମୁମ୍ୱାଇ ଦୁଇ ଦୁଇଥର ପାଣିରେ ଉବୁଟୁବୁ ହୋଇସାରିଲାଣି । ଗତ ୫ ଓ ୬ ତାରିଖର ପ୍ରବଳ ଲଗାଣ ବର୍ଷାରେ ମୁମ୍ୱାଇବାସୀ ବେହାଲ୍‍ ହୋଇଥିଲେ । ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହ କିଛି ଅଞ୍ଚଳରେ ଘରେ ଏବଂ ହସ୍ପିଟାଲରେ ପାଣି ପଶିଯାଇଥିଲା । ମୁମ୍ୱାଇ, ଥାନେ, ରାଇଗଡ୍‍, ନର୍ଥ କୋଙ୍କଣ ଆଦି କେତେକ ଅଞ୍ଚଳରେ ରେଡ୍‍ ଆଲର୍ଟ ଜାରି କରାଯାଇଥିଲା । ଅତିଜରୁରୀ କାମ ନଥିଲେ ଘର ବାହାରକୁ ନବାହାରିବାକୁ ସତର୍କ କରାଯାଇଥିଲା ।

rainସେହିପରି ବିଏମ୍‍ସି, ମୁମ୍ୱାଇ ପୋଲିସ୍‍, ଡିଜାଷ୍ଟର୍‍ ମ୍ୟାନେଜ୍‍ମେଣ୍ଟ୍‍ ବିଭାଗ ଓ ଜରୁରୀକାଳିନ ପରିସ୍ଥିତିରେ କାମ କରୁଥିବା ଅନ୍ୟ ଏଜେନ୍‍ସି ଗୁଡ଼ିକ ଆଲର୍ଟରେ ରହି ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ କରିବା, ରାସ୍ତାରେ ପଡ଼ିଥିବା ଗଛ କାଟି ସଫା କରିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଜଳମଗ୍ନ ସ୍ଥାନରୁ ଉଦ୍ଧାର କରିବାରେ ଲାଗିଥିଲେ । କିଛି ଅଞ୍ଚଳରେ ଲୋକାଲ୍‍ ଟ୍ରେନ୍ ଓ ସରକାରୀ ବସ୍‍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସମୁଦ୍ର ଅଶାନ୍ତ ଥିବାରୁ ଗତ ୪ ତାରିଖ ଠାରୁ ମାଛଧରାଳୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି । ନର୍ଥ କୋଙ୍କଣ, ସାଉଥ୍‍ କୋଙ୍କଣ, ନର୍ଥ ମଧ୍ୟ ମହାରାଷ୍ଟ୍ର, ସାଉଥ୍‍ ମଧ୍ୟ ମହାରାଷ୍ଟ୍ର, ଇଷ୍ଟ୍‍ ବିଦର୍ଭ, ୱେଷ୍ଟ୍‍ ବିଦର୍ଭ ରେ ଆଜି ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କରୋନା ସହ ପ୍ରବଳ ବର୍ଷା ଓ ଜଳବନ୍ଦୀ ଅବସ୍ଥା ସାଧାରଣ ଲୋକଙ୍କ ସହ ପ୍ରଶାସନର ନିଦ ହଜାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.