ଇଡି ପଚାରିଥିବା ପ୍ରଶ୍ନର ଠିକ୍ ଭାବେ ଉତ୍ତର ଦେଉନାହାନ୍ତି ରିୟା ଚକ୍ରବର୍ତ୍ତୀ, ସତ ଓଗାଳିବାକୁ ଚେଷ୍ଟା ଜାରି ରଖିଛି ତଦନ୍ତକାରୀ ସଂସ୍ଥା

ମୁମ୍ବାଇ: ଇଡି ଅଧିକାରୀଙ୍କ ପ୍ରଶ୍ନର ଠିକ ଭାବେ ଜବାବ ଦେଉନାହାନ୍ତି ରିୟା ଚକ୍ରବର୍ତ୍ତୀ । ଗତକାଲି ସାଢ଼େ ୮ ଘଣ୍ଟା ଜେରାର ସମୁଖୀନ ହୋଇଥିଲେ ରିୟା । ହେଲେ ରିୟା ତଦନ୍ତରେ ସହଯୋଗ କରୁନଥିବା ଜଣାପଡିଛି । ରିଆ ଚକ୍ରବର୍ତ୍ତୀଙ୍କୁ ଇଡି ମାରାଥନ୍‌ ଜେରା କରିଛି । ସୁଶାନ୍ତ ସିଂଙ୍କ ଆକାଉଣ୍ଟରୁ ଟଙ୍କା ନେଣଦେଣ ନେଇ ରିୟାଙ୍କ ଠାରୁ ସତ ଓଗାଳିବାକୁ ଚାହିଁଛି ତଦନ୍ତକାରୀ ସଂସ୍ଥା । ରିୟାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ତଦନ୍ତ ଅଧିକାରୀ। ରିୟାଙ୍କ ଆୟର ଉତ୍ସ କଣ ? ସୁଶାନ୍ତଙ୍କ ସହ ଆର୍ଥିକ ସଂପର୍କ କଣ ଥିଲା ? ରିୟାଙ୍କର କେତୋଟି ବ୍ୟାଙ୍କ ଆକାଉଣ୍ଟ ଅଛି ? ତାଙ୍କ ଭାଇଙ୍କର କି ବ୍ୟବସାୟ ରହିଛି ? ଗୋଟିଗୋଟି କରି ରିୟାଙ୍କ ବୟାନ ରେକର୍ଡ କରିଛି ଇଡି ।

rheaରିୟାଙ୍କ ସଂପତ୍ତିର ତାଲିକା ମଧ୍ୟ ମାଗିଛି ତଦନ୍ତକାରୀ ଟିମ୍‌ । ରିୟାଙ୍କ ସହଯୋଗୀଙ୍କୁ ମଧ୍ୟ ଘନଘନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ପ୍ରଥମେ ଦୁଇ ଘଣ୍ଟା ଧରି ପଚରାଉଚରା କରିବା ପରେ ପୁଣି ଥରେ ସେ ଇଡିରେ ହାଜର ହୋଇଥିଲେ। ସିବିଆଇ ଏଫଆଇଆର୍‌ରେ ମଧ୍ୟ ତାଙ୍କ ନାଁ ରହିଛି। ସୁଶାନ୍ତଙ୍କ ପୂର୍ବତନ ବିଜନେସ୍‌ ମ୍ୟାନେଜର ଶ୍ରୁତି ମଧ୍ୟ ଇଡିରେ ହାଜର ହୋଇଛନ୍ତି । ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ମିଠାନୀଙ୍କୁ ଆଜି ଇଡିର ଡାକରା ରହିଛି। ଏପଟେ ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଖୋଳତାଡ଼ ଆରମ୍ଭ କରିଛି ସିବିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.