Kolkata Elections

ହସ୍ପିଟାଲରୁ ମମତା ବାନାର୍ଜୀଙ୍କ ଭିଡିଓ ବାର୍ତ୍ତା ଜାରି, କହିଲେ, ‘ଲାଗିଛି ଗୁରୁତର ଆଘାତ, ତଥାପି ହ୍ଵିଲଚେୟାରରେ ବସି ପ୍ରଚାର କରିବି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲରୁ ହିଁ ନିଜ ସମର୍ଥକମାନଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି କି, କାଲିର ଆକ୍ରମଣରେ ତାଙ୍କୁ ଗୁରୁତର ଆଘାତ ଲାଗିଛି। ତାଙ୍କ ହାତ, ଗୋଡ଼ରେ ଅତିଶୟ ଯନ୍ତ୍ରଣା ହେଉଛି। କିଛିଦିନ ଭିତରେ ସେ ବାହାରକୁ ବାହାରିବେ ଏବଂ ହ୍ଵିଲ୍‌ଚେୟାରରେ ହିଁ କ୍ୟାମ୍ପେନ୍‌ କରିବେ।

ସେ ଆହୁରି କହିଛନ୍ତି, ତାଙ୍କ ମୁଣ୍ଡରେ ବି ବହୁତ ଯନ୍ତ୍ରଣା ହେଉଛି। ଗତକାଲି ଯେତେବେଳେ ସେ ଲୋକଙ୍କ ଅଭିବାଦନ ସ୍ୱୀକାର କରୁଥିଲେ, ସେତେବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସେ ସମର୍ଥକମାନଙ୍କୁ ଅପିଲ୍‌ କରି କହିଛନ୍ତି, ସମସ୍ତେ ଶାନ୍ତି ବଜାୟ ରଖ। ତାଙ୍କୁ ଆଶା ରହିଛି କି, ସେ ଖୁବ୍‌ଶୀଘ୍ର ହସ୍ପିଟାଲରୁ ବାହାରି ଆସିବେ। ତାଙ୍କ ଗୋଡ଼ରେ ସମସ୍ୟା ଥିଲେ ମଧ୍ୟ ସେ ମ୍ୟାନେଜ କରିବେ ଏବଂ ହ୍ଵିଲ୍‌ଚେୟାରରେ ବସି ପ୍ରଚାର କରିବେ।

ତେବେ କୋଲକାତାର SSKM ହସ୍ପିଟାଲ ପକ୍ଷରୁ ମମତା ବାନାର୍ଜୀଙ୍କ ସ୍ୱାସ୍ଥ୍ୟ ଜନିତ ସୂଚନା ଦିଆଯାଇଛି। ଏହା ମୁତାବକ, ମମତାଙ୍କ ବାମ ପାଦର ଗଣ୍ଠିରେ ଆଘାତ ଲାଗିଛି। ତାଙ୍କର MRI ସ୍କାନ୍‌ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। କିନ୍ତୁ ତାଙ୍କୁ ଅଧିକ ଆରାମର ଆବଶ୍ୟକତା ରହିଛି। ହସ୍ପିଟାଲରେ ୬ ଜଣିଆ ଡାକ୍ତରୀ ଟିମ୍‌ ମମତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ସୂଚନାଥାଉ କି, ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ମମତା ବାନାର୍ଜୀ ୧୦ ମାର୍ଚ୍ଚରେ ନିଜ ନାମାଙ୍କନ ଦାଖଲ କରିଥିଲେ। ସନ୍ଧ୍ୟା ସମୟରେ ସେ ନିର୍ବାଚନ ପ୍ରଚାର କରୁଥିଲେ। ସନ୍ଧ୍ୟା ପାଖାପାଖି ୬ଟା ୧୫ ବେଳେ ଏହି ଘଟଣା ଘଟିଥିଲା।

Roshni

Recent Posts

ଝିଅ ସହ Yachtରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ଫ୍ୟାନ୍ସଙ୍କ ହୃଦୟ ଜିତିଲା ମାଳତୀଙ୍କ କ୍ୟୁଟନେସ୍

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ତେଣୁ ଆଜି ତାଙ୍କୁ ଏକ ଗ୍ଲୋବାଲ ଷ୍ଟାର…

5 mins ago

ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିଲା ଜଙ୍ଗଲି ହାତୀ, ରାତି ସାରା ପୋଲିସ ନାକେଦମ୍‌

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…

32 mins ago

ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ ।  ପରେଡ୍  କଲା…

32 mins ago

ମୁଖ୍ୟ ନିର୍ବାଚନ କିମଶନଙ୍କ ପ୍ରେସମିଟ୍‌, ୩୧ କୋଟିରୁ ଅଧିକ ମହିଳା ଭୋଟର ଦେଇଛନ୍ତି ଭୋଟ୍‌

ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍‌ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…

40 mins ago

ଦମଦାର ଫିଚର୍ସ ସହ ଲଞ୍ଚ ହେଲା Redmi Note 13R 5G, ଜାଣନ୍ତୁ ଦାମ୍

Redmi Note 13 ସିରିଜରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ରେଡମିର ଏହି 5G…

46 mins ago

ଧୁମଧାମରେ ପାଳିତ ହେଲା ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ, ଏକାଦଶୀ ତିଥିରେ ଅନୁଷ୍ଠିତ ଏହି ପବିତ୍ର ଜଳକ୍ରୀଡା

ପୁରୀ(କେନ୍ୟୁଜ): ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ମା’ଙ୍କ ଉପରେ ସୁବାଷିତ ପାଣି…

52 mins ago