ଦେଶ ବିଦେଶ

ଚଳନ୍ତା ବାଇକରେ ଯୁବକଙ୍କୁ ଚୁମ୍ବନ କରୁଥିଲେ ଯୁବତୀ, ଉଠାଇ ନେଇ କାନ ଧରାଇଲା ପୋଲିସ୍‌

ପୂର୍ବରୁ ପ୍ରେମ ଚାରି କାନ୍ଥ ମଧ୍ୟରେ ଥିଲା । ବନ୍ଦ୍‌ କୋଠରୀ ମଧ୍ୟରେ ଥିଲା । ହେଲେ ବର୍ତ୍ତମାନର ପ୍ରେମ ଆଉ ଚାରି କାନ୍ଥରେ ନ ରହି ପଦାରେ ପଡୁଛି । ପ୍ରେମ ମାନେ ଆପଣ ଭଲ ପାଇବା ଜମା ବି ଭାବନ୍ତୁନି ଆଜ୍ଞା । ଦୁଇଟି ମନର ମିଳନ ତ ଆଦ ନୁହେଁ ଏବେର ପ୍ରେମ ମାନେ ହେଲା ଖୁଲମଖୁଲା ରୋମାନ୍ସ। ଆଗରୁ ପାର୍କ, ଗଛମୂଳ, ଖାଲି ସ୍ଥାନରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଥିଲା । ଏବେ କିନ୍ତୁ ଗୋଟେ ନୂଆ ପ୍ରକାର ଟ୍ରେଣ୍ଡ ଚାଲିଛି ଚଳନ୍ତା ବାଇକରେ କିସ୍‌ ଦେବା ଆଉ ଆଲିଙ୍ଗନ କରିବା ।

ଆଜ୍ଞା ହଁ ଭାବନ୍ତୁନି ଆମେ ଏସବୁ ମନରୁ କହୁଛୁ, ଯାହା ଦେଖୁଛୁ, ଯାହା ଘଟୁଛି ତାହା ଆମେ ଆଣୁଛୁ ଆପଣଙ୍କ ସାମ୍ନାକୁ । ଆପଣ ଏ ଚିତ୍ର ନିଜେ ସବୁକିଛି ବୁଝିପାରିବେ । ଦେଖନ୍ତୁ କେମିତି ଅଭଦ୍ରାମୀର ଚରମ ସୀମା ଟପିଯାଇଛନ୍ତି ଯୁବକ ଯୁବତୀ । ଏମାନେ ଏମିତି କାମ କରୁଛନ୍ତି ଯେ ୟାଙ୍କୁ ଯିଏ ଦେଖିବ ଲାଜରେ ମୁହଁ ଲୁଚାଇଦେବ । କିନ୍ତୁ ଏମାନଙ୍କ ମୁହଁକୁ ଆଦୌ ବି ଲାଜ ସରମ ନାହିଁ । ସେଥିପାଇଁ ତ ଚଳନ୍ତା ବାଇକରେ କରିଚାଲିଛନ୍ତି ରୋମାନ୍ସ ।

କିନ୍ତୁ ଜାତୀୟ ରାଜପଥରେ ବାଇକ୍‌ରେ ଗଲା ବେଳେ ରୋମାନ୍ସ କରିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ସ୍ପୀଡ୍ ବାଇକରେ ସେମାନଙ୍କ ରୋମାନ୍ସର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍ ଉଭୟଙ୍କୁ ଗିରଫ କରିଛି। ରାଜସ୍ଥାନର କୋଟାରେ ଘଟିଛି ଏହି ଘଟଣା। ଗିରଫ ଯୁବକଙ୍କ ନାଁ ମହମ୍ମଦ ୱାସିମ। ତାଙ୍କ ଘର କୋଟା ଜିଲ୍ଲାର କୈଥୁନ ସହରରେ। ଉଭୟ ଯୁବକ ଯୁବତୀ କୋଟା ସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଉଭୟଙ୍କ ବିରୋଧରେ ଆଇପିସିର ଧାରା ୨୯୪ (ସର୍ବସାଧାରଣରେ ଅଶ୍ଲୀଳ ହରକତ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଯୁବକଙ୍କ ବାଇକକୁ ପୁଲିସ ଜବତ କରିଛି।

ରାତିରେ କୋଟା-ବୁନ୍ଦି ଜାତୀୟ ରାଜପଥରେ ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିବା ବେଳେ ମହମ୍ମଦ ୱାସିମ ଓ ଉକ୍ତ ଯୁବତୀ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ବାଇକ୍‌ର ନମ୍ବର ଆଧାରରେ ମହମ୍ମଦ ୱାସିମ ଓ ଉକ୍ତ ଯୁବତୀଙ୍କୁ ଖୋଜି ପାଇଥିଲେ। ସେମାନଙ୍କୁ ଗିରଫ କରିବା ପରେ ପୁଲିସ୍ ସେମାନଙ୍କର ଏକ ଭିଡିଓ ଶୁଟ୍ କରିଥିଲା, ଯେଉଁଥିରେ ସେମାନେ ଏଭଳି କାର୍ଯ୍ୟ ପାଇଁ କାନ ଧରି କ୍ଷମା ମାଗିଥିଲେ। ସର୍ବସାଧାରଣରେ ଏପରି କାର୍ଯ୍ୟରୁ ବିରତ ରହିବାକୁ ମହମ୍ମଦ ୱାସିମ ଲୋକଙ୍କୁ ଅନୁରୋଧ କରିଥିଲେ। ଏମାନଙ୍କ କାନ ଧରା ଚିତ୍ରକୁ ଦେଖିଲେ ଏମିତି ଲାଗୁଛି ଯେ ଏମାନଙ୍କ ନିଶା ଏକଦମ୍‌ ଉତୁରି ଯାଇଛି ମାମୁଁ ଘର ଗଲାପରେ ।

ଆପଣଙ୍କୁ ଅନୁରୋଧ ଏମିତି ହରକତ୍‌ କରି ନିଜ ଜୀବନକୁ ବିପଦରୁ ପକାନ୍ତୁ ନାହିଁ କି ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ଜୀବନକୁ ବି ବିପଦରେ ପକାନ୍ତୁ ନାହିଁ । ଜୀବନ ବହୁତ ମୂଲ୍ୟବାନ । ଥରେ ଚାଲିଗଲେ ଆଉ ଫେରିବନି । ଆପଣ ଏସବୁ ହରକତ ଘରେ କରନ୍ତୁ ରାସ୍ତାକୁ ଘର ଭାବନ୍ତୁନାହିଁ ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

5 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

19 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

34 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

44 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

55 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago