ପ୍ରିୟଙ୍କାଙ୍କ କଥାରେ ରାହୁଲ ବିଦା କଲେ ଏହି କଂଗ୍ରେସ ନେତାଙ୍କୁ , ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ କଂଗ୍ରେସର ଜଣେ ନେତାଙ୍କୁ ତାଙ୍କ ନିଯୁକ୍ତିର ଏକ ଦିନ ଭିତରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଟିମରୁ ବାହାର କରିଦିଆଯାଇଛି । କାହିଁକି ନା ଉକ୍ତ ନେତାଙ୍କର ପେପର ଲିକ୍ ମାମଲାରେ ସାମିଲ୍ ଥିବା ନେଇ ଦଳକୁ ସୋସିଆଲ ମିଡିଆରେ ଲଜ୍ଜିତ ହେବାକୁ ପଡିଥିଲା ।

କୁମାର ଆଶିଷଙ୍କୁ ମଙ୍ଗଳବାର ଦିନ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ଟିମ୍ ସହିତ ଜଡିତ ପୁର୍ବ-ଉତ୍ତରପ୍ରଦେଶ ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତ କରାଯାଇଥିଲା। କିନ୍ତୁ ଗତକାଲି ରାହୁଲ କାନ୍ଧି ତାଙ୍କୁ ନିଜ ଉଭଣୀଙ୍କ ଟିମ୍ ରୁ ବାହାର କରିଦେଇଛନ୍ତି । କୁମାର ଆଶିଷଙ୍କ ଉପରେ ୨୦୦୫ରେ ବିହାରର ଏକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କରିବା ଆରୋପ ଲାଗିଥିଲା ଏବଂ ତାଙ୍କୁ ଗିରଫ କରାଯିବା ଫଳରେ କଂଗ୍ରେସ ଦ୍ବାରା ତାଙ୍କୁ ନିଷ୍କାସିତ ମଧ୍ଯ କରାଯାଇଥିଲା । ତେବେ ସେ ପରେ ଦଳରେ ସାମିଲ ହେବା ସହ ବିହାର ନିର୍ବାଚନୀ ମଣ୍ଡଳୀ ପାଇଁ ଲଢିଥିଲେ ।

ଦଳର କହିବ ମୁତାବକ, ଯେବେ ଏହି ସୂଚନା ପ୍ରିୟଙ୍କା ଗାନ୍ଧିଙ୍କୁ ମିଳିଥିଲା ସେ ଆଶିଷଙ୍କ ସ୍ଥାନ ପରିବର୍ତ୍ତନ କରିବାକୁ ରାହୁଲଙ୍କୁ ଅନୁରୋଧ କରିଥିଲେ । ରାହୁଲ ଗାନ୍ଧି ତାଙ୍କ ଅନୁରୋଧକୁ ସ୍ବୀକାର କରିବା ସହିତ ତାଙ୍କ ସ୍ଥାନରେ ସଚିନ୍ ନାଏକଙ୍କୁ ରିପ୍ଳେସ୍ କରିଥିଲେ । କୁମାର ଆଶିଷ ଉତ୍ତରପ୍ରଦେଶ ପାଇଁ ଛଅଟି ସଚିବଙ୍କ ଟିମରେ ସାମିଲ ଥିଲେ ।

ଗତକାଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଥିଲା କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କୁମାର ଆଶିଷଙ୍କ ନିଯୁକ୍ତିକୁ ରଦ୍ଧ କରିଦେଇଛନ୍ତି । କାରଣ ଏସବୁ ପ୍ରଭାବ ପ୍ରିୟଙ୍କା ଗାନ୍ଧୀଙ୍କ ଉପର ପଡିଥିଲା । ତେବେ ପ୍ରିୟଙ୍କା ଗାନ୍ଧି ଏବଂ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଜାନୁଆରୀରେ ୟୁପିର ମହାସଚିବ ରୂପେ କାର୍ଯ୍ୟଭାର ସମ୍ଭାଳିଥିଲେ ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

30 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

32 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago