ପ୍ରିୟଙ୍କାଙ୍କ କଥାରେ ରାହୁଲ ବିଦା କଲେ ଏହି କଂଗ୍ରେସ ନେତାଙ୍କୁ , ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ କଂଗ୍ରେସର ଜଣେ ନେତାଙ୍କୁ ତାଙ୍କ ନିଯୁକ୍ତିର ଏକ ଦିନ ଭିତରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଟିମରୁ ବାହାର କରିଦିଆଯାଇଛି । କାହିଁକି ନା ଉକ୍ତ ନେତାଙ୍କର ପେପର ଲିକ୍ ମାମଲାରେ ସାମିଲ୍ ଥିବା ନେଇ ଦଳକୁ ସୋସିଆଲ ମିଡିଆରେ ଲଜ୍ଜିତ ହେବାକୁ ପଡିଥିଲା ।

kumarକୁମାର ଆଶିଷଙ୍କୁ ମଙ୍ଗଳବାର ଦିନ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ଟିମ୍ ସହିତ ଜଡିତ ପୁର୍ବ-ଉତ୍ତରପ୍ରଦେଶ ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତ କରାଯାଇଥିଲା। କିନ୍ତୁ ଗତକାଲି ରାହୁଲ କାନ୍ଧି ତାଙ୍କୁ ନିଜ ଉଭଣୀଙ୍କ ଟିମ୍ ରୁ ବାହାର କରିଦେଇଛନ୍ତି । କୁମାର ଆଶିଷଙ୍କ ଉପରେ ୨୦୦୫ରେ ବିହାରର ଏକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କରିବା ଆରୋପ ଲାଗିଥିଲା ଏବଂ ତାଙ୍କୁ ଗିରଫ କରାଯିବା ଫଳରେ କଂଗ୍ରେସ ଦ୍ବାରା ତାଙ୍କୁ ନିଷ୍କାସିତ ମଧ୍ଯ କରାଯାଇଥିଲା । ତେବେ ସେ ପରେ ଦଳରେ ସାମିଲ ହେବା ସହ ବିହାର ନିର୍ବାଚନୀ ମଣ୍ଡଳୀ ପାଇଁ ଲଢିଥିଲେ ।

kumar ashish1ଦଳର କହିବ ମୁତାବକ, ଯେବେ ଏହି ସୂଚନା ପ୍ରିୟଙ୍କା ଗାନ୍ଧିଙ୍କୁ ମିଳିଥିଲା ସେ ଆଶିଷଙ୍କ ସ୍ଥାନ ପରିବର୍ତ୍ତନ କରିବାକୁ ରାହୁଲଙ୍କୁ ଅନୁରୋଧ କରିଥିଲେ । ରାହୁଲ ଗାନ୍ଧି ତାଙ୍କ ଅନୁରୋଧକୁ ସ୍ବୀକାର କରିବା ସହିତ ତାଙ୍କ ସ୍ଥାନରେ ସଚିନ୍ ନାଏକଙ୍କୁ ରିପ୍ଳେସ୍ କରିଥିଲେ । କୁମାର ଆଶିଷ ଉତ୍ତରପ୍ରଦେଶ ପାଇଁ ଛଅଟି ସଚିବଙ୍କ ଟିମରେ ସାମିଲ ଥିଲେ ।

rahulଗତକାଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଥିଲା କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କୁମାର ଆଶିଷଙ୍କ ନିଯୁକ୍ତିକୁ ରଦ୍ଧ କରିଦେଇଛନ୍ତି । କାରଣ ଏସବୁ ପ୍ରଭାବ ପ୍ରିୟଙ୍କା ଗାନ୍ଧୀଙ୍କ ଉପର ପଡିଥିଲା । ତେବେ ପ୍ରିୟଙ୍କା ଗାନ୍ଧି ଏବଂ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଜାନୁଆରୀରେ ୟୁପିର ମହାସଚିବ ରୂପେ କାର୍ଯ୍ୟଭାର ସମ୍ଭାଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.