କଟକରେ ସୟଦ ମୁସ୍ତାକ ଅଲୀ ଟି-୨୦ : ଛତିଶଗଡ଼ ବିପକ୍ଷରେ ଓଡ଼ିଶାର ୧୩୭ ରନ୍

ଭୁବନେଶ୍ୱର (କେ ନ୍ୟୁଜ୍) : କଟକରେ ଆରମ୍ଭ ହୋଇଛି ସୟଦ ମୁସ୍ତାକ ଅଲୀ ଜାତୀୟ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ବାରବାଟୀ ଷ୍ଟାଡିୟମ ଏବଂ ଟାଙ୍ଗି ସ୍ଥିତ ଡ୍ରିମ୍ସ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଛି । ବାରବାଟୀ ଷ୍ଟାଡିୟମରେ ଛତିଶଗଡ଼ ସହିତ ମୁକାବିଲା କରୁଛି ଘରୋଇ ଓଡ଼ିଶା ଦଳ । ଏହି ମ୍ୟାଚ୍ରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ କରିଛି ୧୩୭ ରନ୍ । ଜବାବରେ ମାତ୍ର ୫ ଓଭରରେ ଛତିଶଗଡ଼ କୌଣସି ଓ୍ଵିକେଟ୍ ନହରାଇ ୫୪ ରନ୍ କରିଛି ।
ଗ୍ରୁପ୍-ଡି’ରେ ଖେଳୁଥିବା ଓଡ଼ିଶା ପକ୍ଷରୁ ନୂଆ ଅଧିନାୟକ ଶୁଭ୍ରାଂଶୁ ସେନାପତି ଏବଂ ବୋଲର୍ ରାଜେଶ ମହାନ୍ତିଙ୍କ ବ୍ୟତୀତ ଅନ୍ୟ କେହି ବ୍ୟାଟିଂରେ ସଫଳ ହୋଇ ନଥିଲେ । ଶୁଭ୍ରାଂଶୁ ୩୭ ବଲ୍ରୁ ୫୧ ରନ୍ (୬ ଚୌକା, ୧ ଛକା) ଏବଂ ରାଜେଶ ୨୪ ବଲ୍ରୁ ୩୬ ରନ୍ (୩ ଚୌକା, ୨ ଛକା) କରିଥିଲେ ।
ଛତିଶଗଡ଼ ବୋଲର ଐଶ୍ୱର୍ଯ୍ୟ ମୌର୍ଯ୍ୟ ୩ଟି ଏବଂ ପଙ୍କଜ ରାଓ ଓ ସକିବ ଅହମଦ ୨ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଥିଲେ ।