Categories: କ୍ରୀଡା

କଟକରେ ସୟଦ ମୁସ୍ତାକ ଅଲୀ ଟି-୨୦ : ଛତିଶଗଡ଼ ବିପକ୍ଷରେ ଓଡ଼ିଶାର ୧୩୭ ରନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକରେ ଆରମ୍ଭ ହୋଇଛି ସୟଦ ମୁସ୍ତାକ ଅଲୀ ଜାତୀୟ ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ବାରବାଟୀ ଷ୍ଟାଡିୟମ ଏବଂ ଟାଙ୍ଗି ସ୍ଥିତ ଡ୍ରିମ୍ସ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯାଉଛି । ବାରବାଟୀ ଷ୍ଟାଡିୟମରେ ଛତିଶଗଡ଼ ସହିତ ମୁକାବିଲା କରୁଛି ଘରୋଇ ଓଡ଼ିଶା ଦଳ । ଏହି ମ୍ୟାଚ୍‌ରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ କରିଛି ୧୩୭ ରନ୍‌ । ଜବାବରେ ମାତ୍ର ୫ ଓଭରରେ ଛତିଶଗଡ଼ କୌଣସି ଓ୍ଵିକେଟ୍‌ ନହରାଇ ୫୪ ରନ୍‌ କରିଛି ।
ଗ୍ରୁପ୍‌-ଡି’ରେ ଖେଳୁଥିବା ଓଡ଼ିଶା ପକ୍ଷରୁ ନୂଆ ଅଧିନାୟକ ଶୁଭ୍ରାଂଶୁ ସେନାପତି ଏବଂ ବୋଲର୍‌ ରାଜେଶ ମହାନ୍ତିଙ୍କ ବ୍ୟତୀତ ଅନ୍ୟ କେହି ବ୍ୟାଟିଂରେ ସଫଳ ହୋଇ ନଥିଲେ । ଶୁଭ୍ରାଂଶୁ ୩୭ ବଲ୍‌ରୁ ୫୧ ରନ୍‌ (୬ ଚୌକା, ୧ ଛକା) ଏବଂ ରାଜେଶ ୨୪ ବଲ୍‌ରୁ ୩୬ ରନ୍‌ (୩ ଚୌକା, ୨ ଛକା) କରିଥିଲେ ।
ଛତିଶଗଡ଼ ବୋଲର ଐଶ୍ୱର୍ଯ୍ୟ ମୌର୍ଯ୍ୟ ୩ଟି ଏବଂ ପଙ୍କଜ ରାଓ ଓ ସକିବ ଅହମଦ ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ ।

 

 

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

9 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

11 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

51 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago