ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ଯୋଗୁଁ ଦେଶର ଅନ୍ୟ ସ୍ଥାନରୁ ବିଚ୍ଛିନ୍ନ ହେଲା ସିକ୍କିମ୍, ଏନଏଚ୍-୩୧ ହେଲା ବନ୍ଦ

ଗ୍ୟାଙ୍ଗଟକ୍: ଲଗାତାର ବର୍ଷା ହେବା କାରଣରୁ ସିକ୍କିମ୍ ରେ ବହୁ ସ୍ଥାନରେ ଭୂସ୍ଖଳନ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଯାହାଫଳରେ ସିକ୍କିମ୍, ଦେଶର ଅନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଛି। ଶୁକ୍ରବାର ଠାରୁ ମୂଷଳ ଧାରାରେ ବର୍ଷା ହେବାରୁ ଏନଏଚ୍ ୩୧ଏ କୁ ଅବରୋଧ କରିଦିଆ ଯାଇଛି । ଜିଆରଇଏଫ୍ ଅଧିକାରୀଙ୍କ କହିବା ଅନୁଯାୟୀ ପଶ୍ଚିମ ବଙ୍ଗଳାରେ ସେତୋଝୋରା ଏବଂ କାଲିଝୋରା ମଧ୍ୟରେ ପାଞ୍ଚଟି ସ୍ଥାନରେ ପାହାଡ ଧସିପଡିଛି । ତେଣୁ ଜାତୀୟ ରାଜପଥ ଅବରୋଧ ହୋଇଯାଇଛି। ସିକ୍କିମର ଜାତୀୟ ରାଜପଥରେ ରାଂଗପୋ ଏବଂ ୩୨ ନମ୍ବର ପାଖରେ ମଧ୍ଯ ଭୂସ୍ଖଳନ ହୋଇଛି। ପ୍ରବଳ ବର୍ଷା କାରଣରୁ ପୁନରୁଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଇଛି । ପାଣିପାଗ ବିଭାଗ ହିମାଳୟ ଅଞ୍ଚଳ, ପଶ୍ଚିମ ବଙ୍ଗ ଏବଂ ସିକ୍କିମରେ ଆହୁରି ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କରିଛନ୍ତି ।

ସିକ୍କିମ୍ ବ୍ୟତୀତ ପଶ୍ଚିମ ବଙ୍ଗଳା ପାହାଡି ଜିଲ୍ଲା ଦାର୍ଜିଲିଙ୍ଗରେ ମଧ୍ୟ ଲଗାତାର ବାର୍ଷା ଫଳରେ ବହୁ ସ୍ଥାନରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଫଳରେ ଦାର୍ଜିଲିଙ୍ଗର ପ୍ରସିଦ୍ଧ ଟଏ ଟ୍ରେନ୍ ସେବା ବନ୍ଦ କରିବାକୁ ପଡିଛି । କାରଣ କିଛି ସ୍ଥାନରେ ଟ୍ରାକ୍ ଉପରେ ମାଟି ଧସି ପଡି ରହିଛି। ଯାହାର ସଫା କାର୍ଯ୍ୟ ଜାରି ରହିଛି। ସୂଚନା ଥାଉକି, ନ୍ୟୁ ଜଳପାଇଗୁଡିରୁ ଦାର୍ଜିଲିଙ୍ଗ ଯାଏ ଟ୍ରେନ୍ ସେବା ବିଶ୍ବରେ ପ୍ରସିଦ୍ଧ ଅଟେ।

 

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago