Below header

ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ଯୋଗୁଁ ଦେଶର ଅନ୍ୟ ସ୍ଥାନରୁ ବିଚ୍ଛିନ୍ନ ହେଲା ସିକ୍କିମ୍, ଏନଏଚ୍-୩୧ ହେଲା ବନ୍ଦ

ଗ୍ୟାଙ୍ଗଟକ୍: ଲଗାତାର ବର୍ଷା ହେବା କାରଣରୁ ସିକ୍କିମ୍ ରେ ବହୁ ସ୍ଥାନରେ ଭୂସ୍ଖଳନ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଯାହାଫଳରେ ସିକ୍କିମ୍, ଦେଶର ଅନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଛି। ଶୁକ୍ରବାର ଠାରୁ ମୂଷଳ ଧାରାରେ ବର୍ଷା ହେବାରୁ ଏନଏଚ୍ ୩୧ଏ କୁ ଅବରୋଧ କରିଦିଆ ଯାଇଛି । ଜିଆରଇଏଫ୍ ଅଧିକାରୀଙ୍କ କହିବା ଅନୁଯାୟୀ ପଶ୍ଚିମ ବଙ୍ଗଳାରେ ସେତୋଝୋରା ଏବଂ କାଲିଝୋରା ମଧ୍ୟରେ ପାଞ୍ଚଟି ସ୍ଥାନରେ ପାହାଡ ଧସିପଡିଛି । ତେଣୁ ଜାତୀୟ ରାଜପଥ ଅବରୋଧ ହୋଇଯାଇଛି। ସିକ୍କିମର ଜାତୀୟ ରାଜପଥରେ ରାଂଗପୋ ଏବଂ ୩୨ ନମ୍ବର ପାଖରେ ମଧ୍ଯ ଭୂସ୍ଖଳନ ହୋଇଛି। ପ୍ରବଳ ବର୍ଷା କାରଣରୁ ପୁନରୁଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଇଛି । ପାଣିପାଗ ବିଭାଗ ହିମାଳୟ ଅଞ୍ଚଳ, ପଶ୍ଚିମ ବଙ୍ଗ ଏବଂ ସିକ୍କିମରେ ଆହୁରି ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କରିଛନ୍ତି ।

sikkim 2ସିକ୍କିମ୍ ବ୍ୟତୀତ ପଶ୍ଚିମ ବଙ୍ଗଳା ପାହାଡି ଜିଲ୍ଲା ଦାର୍ଜିଲିଙ୍ଗରେ ମଧ୍ୟ ଲଗାତାର ବାର୍ଷା ଫଳରେ ବହୁ ସ୍ଥାନରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଫଳରେ ଦାର୍ଜିଲିଙ୍ଗର ପ୍ରସିଦ୍ଧ ଟଏ ଟ୍ରେନ୍ ସେବା ବନ୍ଦ କରିବାକୁ ପଡିଛି । କାରଣ କିଛି ସ୍ଥାନରେ ଟ୍ରାକ୍ ଉପରେ ମାଟି ଧସି ପଡି ରହିଛି। ଯାହାର ସଫା କାର୍ଯ୍ୟ ଜାରି ରହିଛି। ସୂଚନା ଥାଉକି, ନ୍ୟୁ ଜଳପାଇଗୁଡିରୁ ଦାର୍ଜିଲିଙ୍ଗ ଯାଏ ଟ୍ରେନ୍ ସେବା ବିଶ୍ବରେ ପ୍ରସିଦ୍ଧ ଅଟେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.